ଆଜି ଇସ୍କନ ପକ୍ଷରୁ ମହାପ୍ରଭୁଙ୍କ ଅଦିନିଆ ସ୍ନାନ ଯାତ୍ରା
ଭୁବନେଶ୍ବର: ପୁଣି ମହାପ୍ରଭୁଙ୍କୁ ଅସମ୍ମାନ କଲା ଇସ୍କନ। ଲଣ୍ଡନରେ ଆଜି ଇସ୍କନ ପକ୍ଷରୁ ମହାପ୍ରଭୁଙ୍କ ଅଦିନିଆ ସ୍ନାନ ଯାତ୍ରା ଆୟୋଜନ କରାଯାଇଛି । ଲଣ୍ଡନ ନିକଟ ୱାଟଫୋର୍ଡରେ ଥିବା ଇସ୍କନର ଭକ୍ତି ବେଦାନ୍ତ ମନ୍ଦିରରେ ଏହି ସ୍ନାନ ଯାତ୍ରା ହେଉଛି ।
ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା ପରେ ହାତୀ ବେଶ ମଧ୍ୟ କରାଯିବ ବୋଲି ଇସ୍କନ ପକ୍ଷରୁ ଏହାର ୱେବସାଇଟ ଓ ଅନ୍ୟ ସୋସିଆଲ୍ ମିଡିଆ ପେଜରେ ସୂଚନା ଦିଆଯାଇଛି ।
ଏପରିକି ଗଜପତି ମହାରାଜ ଇସ୍କନକୁ ଚିଠି ଲେଖି ଏ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ପରମ୍ପରାକୁ ଭାଙ୍ଗି ଅଦିନିଆ ସ୍ନାନ କିମ୍ବା ରଥଯାତ୍ରା ନ କରିବାକୁ କହିଥିଲେ । ଏହା ସତ୍ତ୍ବେ ଇସ୍କନ ମନମାନି କରି ସ୍ନାନ ଯାତ୍ରାର ଆୟୋଜନ କରିଛି।
Powered by Froala Editor