ବଲାଙ୍ଗୀରରେ ମୃଦୁଭୂକମ୍ପ ଝଟକା
ବଲାଙ୍ଗୀର: ଭୂକମ୍ପ ଝଟକାରେ ଥରିଲା ବଲାଙ୍ଗୀର। ଶନିବାର ଭୋର ୪ଟା ୪୦ରେ ବଲାଙ୍ଗୀରରେ ମୃଦୁଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଅନୁଭବ କଲେ ବଲାଙ୍ଗୀରବାସୀ । ଭୂକମ୍ପରେ ଘରର ବାସନ କୁସନ୍ ଶବ୍ଦ ହେବା ସହିତ, ଅନ୍ୟାନ୍ୟ ଆସବାବ ପତ୍ର ହଲିବା ସାଙ୍ଗକୁ କେତେକ ସ୍ଥାନରେ ଘର କାନ୍ଥ ହଲିବା କୁହାଯାଉଛି। ଭୂକମ୍ପର ତୀବ୍ରତା ଜଣାପଡିନାହିଁ।ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ। ।
Powered by Froala Editor