ଆଜି ବାହାରିବ ମାଟ୍ରିକ୍ ଫଳ
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ। ବୋର୍ଡ ୱେବ୍ ସାଇଟ www.bseodisha.ac.in ଓ www.bseodisha.nic.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରୋଲ ନମ୍ବର ଜରିଆରେ ପରୀକ୍ଷାଫଳ ଦେଖିପାରିବେ। ତେବେ ଆଜି ଅପରାହ୍ନ ୪ଟାରେ ବୋର୍ଡ ମୁଖ୍ୟାଳୟରେ ପରୀକ୍ଷାଫଳ ଘୋଷଣା କରାଯିବ। ଏହାପରେ ସନ୍ଧ୍ୟା ୬ଟାରେ ଅନ୍ଲାଇନ୍ରେ ପରୀକ୍ଷାଫଳ ଉପଲବ୍ଧ ହେବ। ଏଥିସହ ମୋବାଇଲ୍ ଏସ୍ଏମ୍ଏସ୍ ମାଧ୍ୟମରେ ମଧ୍ୟ ପରୀକ୍ଷାଫଳ ମିଳିପାରିବ। ସେଥିପାଇଁ OR10<Roll No> ଲେଖିବା ପରେ 5676750କୁ ପଠାଇଲେ ପରୀକ୍ଷାଫଳ ମୋବାଇଲକୁ ଆସିଯିବ।
Powered by Froala Editor