କାଳବୈଶାଖୀର ପ୍ରଚଣ୍ଡ ତାଣ୍ଡବ, ଗୋଟିଏ ପରିବାରର ତିନିଜଣ ଜଳି ଗୁରୁତର
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀର ପ୍ରଚଣ୍ଡ ତାଣ୍ଡବ ଦେଖାଯାଇଛି। ଗତକାଲି ସନ୍ଧ୍ୟା ୬ ଟାରୁ ପ୍ରବଳ ବର୍ଷା ପବନ ପରେ ଅନେକ ସ୍ଥାନରେ ଗଛ ଉପୁଡି ପଡ଼ିଥିଲା।
ନୀଳାଦ୍ରିବିହାର ସୋମନାଥ ବସ୍ତିରେ ଘଡଘଡି ବଜ୍ରପାତରେ ତିନି ଜଣ ଗୁରୁତର ହୋଇଛନ୍ତି।
ଘର ଉପରେ ବଜ୍ରପାତ ଯୋଗୁଁଁ ଘରର ଛପର ଭାଙ୍ଗି ଉଡିଯାଇଥିଲା। ଗୋଟିଏ ପରିବାରର ତିନିଜଣ ଜଳି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏଣେତେଣେ ଦୌଡିବା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କଲେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରିଛି।
Powered by Froala Editor