ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍
ଭୁବନେଶ୍ୱର : ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍। ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ବଡ ସୂଚନା ଦେଇଛନ୍ତି। ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍। ଉଭୟ ଓଡିଆ ଓ ଇଂରାଜୀରେ ମାଟ୍ରିକ ସାର୍ଟିଫିକେଟ୍ ଉପଲବ୍ଧ ହେବ। ଶନିବାର ଅପରାହ୍ଣରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। www.bseodisha.ac.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ ୨ ତାରିଖ ଶନିବାର ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ବୋର୍ଡ ପକ୍ଷରୁ ଫଳ ଘୋଷଣା କରାଯିବ। ଛାତ୍ରଛାତ୍ରୀ ସନ୍ଧ୍ୟା ୬ଟା ପରଠାରୁ ବୋର୍ଡ ୱେବ୍ସାଇଟ୍ରୁ ଫଳ ଜାଣିପାରିବେ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଚଳିତବର୍ଷ ରାଜ୍ୟରେ ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହୋଇଥିଲା। ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲାବେଳେ ୩୦୮୨ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ପ୍ରାୟ ୯ ହଜାର ୯୩୦ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ।
Powered by Froala Editor