ଇଟାଲୀରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ଇଟାଲୀର ଏକ ଗୁରୁଦ୍ୱାର ବାହାରେ ଦୁଇଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତ ଯିଏକି ଜଣେ ଭାରତୀୟ ବୋଲି ବିଶ୍ୱାସ କରାଯାଉଛି, ଉଭୟଙ୍କୁ ଗୁଳି କରିବା ପରେ ଦୁର୍ବୃତ୍ତ ଫେରାର୍ ହୋଇଯାଇଛି। ବର୍ଗାମୋ ସହରକୁ ସିଲ୍ କରାଯାଇଛି । ଏବଂ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି। ହଠାତ୍ ଗୁଳି ଚାଳନା ଯୋଗୁଁ ସହରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗୁଳି ଚାଳନା ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତକ ଉଭୟ ଭାରତୀୟ ଶିଖ ସମ୍ପ୍ରଦାୟର ଥିବା ସୂଚନା ମିଳିଛି।
Powered by Froala Editor