ରାହୁଲ ଗାନ୍ଧୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କଲା ମହିଳା ମୋର୍ଚ୍ଚା
ନୂଆଦିଲ୍ଲୀ: ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ କାଟ ଖାଇବା ପରେ ବିଜେପି ମହିଳା ମୋର୍ଚ୍ଚା କଂଗ୍ରେସ ବିରୋଧରେ ପ୍ରତିବାଦ କରିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରିଛି ମହିଳା ମୋର୍ଚ୍ଚା।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବିଜେପିର ମହିଳା ସାଂସଦ,ବିଧାୟିକା ଓ ପ୍ରମୁଖ ନେତ୍ରୀ ଏବଂ କର୍ମୀ ରାହୁଲ ଗାନ୍ଧୀଙ୍କ ବାସଭବନ ଅଭିମୁଖେ ଶୋଭାଯାତ୍ରା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ରାହୁଲ ଗାନ୍ଧୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତେବେ ଘଟଣାରେ କେନ୍ଦ୍ର ମନ୍ତ୍ରୀ ରକ୍ଷା ଖଡସେ, ସାଂସଦ ବାଂସୁରି ସ୍ୱରାଜ ଏବଂ କମଲଜିତ ସେହରାୱତଙ୍କ ସମେତ ଅନେକ ମହିଳା ମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଅଟକ ରଖିଛି।
ବିଜେପି ସାଂସଦ ହେମା ମାଳିନୀ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେମାନେ ବିଲ୍ ପାସ୍ ହେବାକୁ ଦେଇ ନଥିଲେ। ତେଣୁ ଆମେ ସମସ୍ତେ ଏଠାରେ ପ୍ରତିବାଦ କରୁଛୁ। ସାରା ଦେଶରେ ମହିଳାମାନେ ଏହି ଅଭିଯାନ କରୁଛନ୍ତି। ବାଂସୁରି ସ୍ୱରାଜ କହିଛନ୍ତି ସମଗ୍ର ବିରୋଧୀ ଦଳ ଏବଂ ରାହୁଲ ଗାନ୍ଧୀ ଗତକାଲି ଏହି ଦେଶର ମହିଳାମାନଙ୍କୁ ବିଶ୍ୱାସଘାତକତା କରିଛନ୍ତି। ସେମାନେ ମହିଳାଙ୍କ ପଛପଟେ ଛୁରା ମାରିଛନ୍ତି।
Powered by Froala Editor