ଇରାନରୁ ଖୁସି ଖବର, ଖୋଲିଲା ହର୍ମୁଜ୍ ପ୍ରଣାଳୀ
ଇରାନରୁ ଖୁସି ଖବର ଆସିଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ, ହରମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜ ପାଇଁ ଖୋଲାଯାଇଛି। ଏବେଠାରୁ, କୌଣସି ଦେଶର ଜାହାଜକୁ ହରମୁଜ୍ ପ୍ରଣାଳୀରେ ଅଟକ ରଖାଯିବ ନାହିଁ।
ଇରାନର ରାଜଧାନୀ ତେହେରାନରେ ବହୁ ସଂଖ୍ୟକ ମହିଳା ରାସ୍ତାକୁ ଓହ୍ଲାଇ ଆମେରିକା ଏବଂ ଇସ୍ରାଏଲ ବିରୋଧରେ କଡ଼ା ପ୍ରତିବାଦ କରିଛନ୍ତି। ଏହି ମହିଳାମାନେ ଇରାନ-ଆମେରିକା ଶାନ୍ତି ଆଲୋଚନାକୁ ସ୍ପଷ୍ଟ ଭାବରେ ବିରୋଧ କରିଛନ୍ତି ଏବଂ କହିଛନ୍ତି ଯେ, ଆମେରିକାକୁ ଆଦୌ ବିଶ୍ୱାସ କରାଯାଇପାରିବ ନାହିଁ।
ଅନ୍ୟପକ୍ଷରେ, ବିଶ୍ୱ ଶକ୍ତି ବଜାରକୁ ଆଶ୍ୱସ୍ତି ଦେଇ, ଇରାନ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲିବାର ଏକ ବଡ଼ ଘୋଷଣା କରିଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଲେବାନନରେ ଯୁଦ୍ଧବିରତି ପ୍ରଭାବୀ ରହିବ ସେପର୍ଯ୍ୟନ୍ତ ହରମୁଜ୍ ପ୍ରଣାଳୀ ଉପସାଗରରୁ ବିଶ୍ୱବ୍ୟାପୀ ଗନ୍ତବ୍ୟସ୍ଥଳକୁ ପେଟ୍ରୋଲିୟମ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ପରିବହନ କରୁଥିବା ବାଣିଜ୍ୟିକ ଜାହାଜ ପାଇଁ ଖୋଲା ରହିବ।
ତେବେ ହରମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ପୁନଃଖୋଲିବା ସହିତ, ଇରାନ ଏକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ମଧ୍ୟ ଲଗାଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବାଣିଜ୍ୟିକ ଜାହାଜଗୁଡ଼ିକୁ ଇରାନର ବନ୍ଦର ଏବଂ ସାମୁଦ୍ରିକ ସଂଗଠନ ଦ୍ୱାରା ନିର୍ଦ୍ଦିଷ୍ଟ ସମନ୍ୱିତ ମାର୍ଗଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ପଡିବ। ଏହା ବୁଝାଏ ଯେ, ଇରାନ ଷ୍ଟ୍ରେଟରେ ସାମୁଦ୍ରିକ ଯାତାୟାତ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବଜାୟ ରଖିବ ଏବଂ ଏହାର ନିରାପଦ ପରିଚାଳନା ତଦାରଖ କରିବ।
Powered by Froala Editor