ସର୍ବନିମ୍ନ ମଜୁରୀ ବଢ଼ାଇଲେ ଉତ୍ତରପ୍ରଦେଶ ସରକାର
ଉତ୍ତରପ୍ରଦେଶରର ଯୋଗୀ ଆଦିତ୍ୟନାଥ ସରକାର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ହାରରେ ବ୍ୟାପକ ସଂଶୋଧନ କରିଛନ୍ତି । ଜୀବନଧାରଣର ବ୍ୟୟକୁ ଦୃଷ୍ଟିରେ ରଖି ୟୁପି ସରକାର ସମଗ୍ର ରାଜ୍ୟକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଏହି ନୂତନ ମଜୁରୀ ହାରରେ ମୂଳ ଦରମା ସହିତ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (VDA) ମଧ୍ୟ ସାମିଲ ରହିଛି ।
ସରକାରଙ୍କ କହିବା ଅନୁସାରେ, ଏହି ନିଷ୍ପତ୍ତି ଦ୍ୱାରା କେବଳ ଶ୍ରମିକଙ୍କୁ ଆର୍ଥିକ ସହାୟତା ମିଳିବ ତାହା ନୁହେଁ, ବରଂ ଶିଳ୍ପ କ୍ଷେତ୍ରରେ ଶାନ୍ତି ବଜାୟ ରହିବ । ଦରମା ବୃଦ୍ଧି ହେବା ଫଳରେ ଶ୍ରମିକ ଓ ନିୟୋକ୍ତାଙ୍କ ମଧ୍ୟରେ ଥିବା ଗତିରୋଧ ଦୂର ହେବ ଏବଂ ରାଜ୍ୟର ଉତ୍ପାଦନ ଚକ୍ର ସୁଚାରୁରୂପେ ଚାଲିପାରିବ । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (Consumer Price Index) ଆଧାରରେ ଶ୍ରମିକଙ୍କୁ ଏହି ଅନ୍ତରୀଣ ସହାୟତା ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ନୋଏଡ଼ା ଏବଂ ଗ୍ରେଟର ନୋଏଡା ଅଞ୍ଚଳରେ ଶ୍ରମିକ ଓ ମାଲିକଙ୍କ ମଧ୍ୟରେ ଦରମା ବୃଦ୍ଧିକୁ ନେଇ ବିବାଦ ଦେଖାଦେଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ୨୦୧୯ ଏବଂ ୨୦୨୪ରେ ପ୍ରସ୍ତାବିତ ସଂଶୋଧନ ଲାଗୁ ହୋଇପାରିନଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା ।
Powered by Froala Editor