ଜର୍ମାନ ମଡେଲଙ୍କ ଫଟୋ ଲାଇକ୍ କରି ଟ୍ରୋଲର ଶିକାର ହେଲେ ବିରାଟ
କ୍ରିକେଟରଙ୍କ ଏକ ଲାଇକ୍କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହେଉଛି। ବିରାଟ ଇନଷ୍ଟାଗ୍ରାମରେ ଜର୍ମାନ ମଡେଲ ଏବଂ ଇନଫ୍ଲୁଏନ୍ସର ଲିଜାଲାଜଙ୍କ ଏକ ଫଟୋକୁ ଲାଇକ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଯାହାପରେ କ୍ରିକେଟରଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି। ଏଥିମଧ୍ୟରେ ବିରାଟଙ୍କ ସପୋର୍ଟରେ ବାହରିଛନ୍ତି ଅଭିନେତ୍ରୀ ଅମିଷା ପଟେଲ। ସେ ଏପରି ଏକ ପ୍ରତିକ୍ରିୟା ଦେଇଛନ୍ତି ଯାହା ଟ୍ରୋଲରମାନଙ୍କୁ ଚୁପ୍ କରିଦେଇଛି।
ଅମିଷା ପଟେଲ ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଜଣେ ସେଲିବ୍ରିଟି କାହାର ଫଟୋକୁ ପସନ୍ଦ କରିପାରିବେ ନାହିଁ? କାହିଁକି? ମୁଁ ବୁଝିପାରୁନାହିଁ। କିଛି ପସନ୍ଦ କରିବା କ’ଣ ପାପ? ଏହା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ; ସେ ଯାହା ଚାହାଁନ୍ତି ତାହା ପସନ୍ଦ କରିବା ତାଙ୍କ ଅଧିକାର। ଲୋକମାନେ କେବଳ ଟ୍ରୋଲ କରିବା ଜାଣନ୍ତି। ସେମାନଙ୍କର ଅନ୍ୟ କୌଣସି କାମଧନ୍ଦା ନାହିଁ।
ଏହା ପ୍ରଥମ ଥର ନୁହେଁ,ବିରାଟ କୋହଲି କାହାର ଫଟୋକୁ ଲାଇକ କରି ଟ୍ରୋଲ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ପୂର୍ବରୁ ସେ ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ କରି ମଧ୍ୟ ଚର୍ଚ୍ଚାରେ ଥିଲେ।
Powered by Froala Editor