ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଫଲୋ କରି ଶ୍ରମିକ ହେଲେ ବଡିବିଲ୍ଡର
ନା କୌଣସି ଷ୍ଟେରୟଏଡ୍ ନା କୌଣସି ଜିମ୍ । କେବଳ ସାଧାସିଧା ଡାଏଟ୍ ଫଲୋ କରି ଜଣେ ଶ୍ରମିକ ନିଜ ଶରୀରକୁ ବଡିବିଲ୍ଡର କରିଛନ୍ତି । ଚେନ୍ନାଇର ଏହି ୱାର୍କର (ଶ୍ରମିକ) ବାଇସେପ୍ସ ,ଏବ୍ସ ସହ ତାଙ୍କର ସମ୍ପୂର୍ଣ୍ଣ ଶରୀରକୁ ଟ୍ରାନ୍ସଫର୍ମ କରିଛନ୍ତି। ଇନଷ୍ଟାଗ୍ରାମ୍ରେ ଫିଟ୍ ବ୍ଲଗ୍ ଏହି ଷ୍ଟୋରୀକୁ ସେୟାର କରିଛି। ଏଥିରେ ୱାର୍କର ଜଣଙ୍କ କହିଛନ୍ତି , କେମିତି ସେ ଡାଏଟ୍ ଓ ୱାର୍କଆଉଟ୍ ରୁଟିନ୍ ଅନୁସରଣ କରି ତାଙ୍କ ଶରୀରକୁ ଟ୍ରାନ୍ସଫର୍ମ କରିଛନ୍ତି।
ଶରୀରର ଏହି ପୂରା ଟ୍ରାନ୍ସଫର୍ମେସନ ପାଇଁ ଶ୍ରମିକ ଜଣଙ୍କ ଅତି ସରଳ ଖାଦ୍ୟକୁ ଫଲୋ କରିଥିଲେ। ସାଧାରଣ ସାଉଥ ଇଣ୍ଡିଆନ ଖାଦ୍ୟ ଦୋସା ଏବଂ ଇଡଲିକୁ ସେ ପରିତ୍ୟାଗ କରି ଅଣ୍ଡା, ଧଳ ଭାତ(ହ୍ୱାଇଟ୍ ରାଇସ) ,ରାଇସ ଦଲିଆ ଏବଂ ଲାଲ କଦଳୀ ଆଦି ସେବନ କରିଥିବେ। ସେ କହିଛନ୍ତି , ସେ କେବଳ ଭାତକୁ ସାମ୍ୱର ଏବଂ ରସମ୍ ସହିତ ଦିନର ତିନୋଟି ଭୋଜନ କରିଥାନ୍ତି। ଯେଉଁଥିରେ ଗାଜର, ବିଟ୍ ଏବଂ ଅନ୍ୟାନ୍ୟ ପନିପରିବାରୁ ତିଆରି ତରକାରୀ ରହିଛି। ଏହା ସହ ସେ ସପ୍ତାହରେ ଥରେ ମଟନ୍ ମଧ୍ୟ ଖାଆନ୍ତି, କୌଣସି ଚିକେନ୍ କିମ୍ବା ମାଛ ଖାଆନ୍ତି ନାହିଁ।
ସେ କହିଛନ୍ତି ଯେ ତାଙ୍କର ଶାରୀରିକ ପରିବର୍ତ୍ତନ କେବଳ ତାଙ୍କର ୱାର୍କ-ଇଟ୍-ସ୍ଲିପ୍ ସାଇକଲ ଯୋଗୁଁ ହୋଇଥିଲା। ସେ ଏପରି ମଧ୍ୟ କହିଛନ୍ତି ଯେ, ସେ ପ୍ରୋଟିନ୍ ମଧ୍ୟ ସେବନ କରନ୍ତି ନାହିଁ। ଏହାସହ କହିଛନ୍ତି , ଶରୀରର ଉପଯୁକ୍ତ ରିକଭରି ସହ ଖରାପ ଅଭ୍ୟାସକୁ ଦୂରେଇ ଏବଂ ପ୍ରତିଦିନ ସାତ ଘଣ୍ଟା ଆରାମ ନିଦ୍ରା ମାଧ୍ୟମ ସେ ଏହି ବଡ଼ି ଟ୍ରାନ୍ସଫର୍ମେସନ କରିଛନ୍ତି।
ନିଜର ଫିଜିକାଲ ଲେବର ୱାର୍କ ସତ୍ତ୍ୱେ କନଷ୍ଟ୍ରକ୍ସନ ୱାର୍କର ପୂରା ୫ଦିନ ବଡି ବିଲ୍ଡିଂର ରୁଟିନକୁ ଫଲୋ କରିଛନ୍ତି। ସେ ପ୍ରତ୍ୟେକ ମାଂସପେଶୀ ଗ୍ରୁପକୁ ଗୋଟିଏ ଦିନ ଫଲୋ କରନ୍ତି। ସୋମବାର ଛାତି ୱାର୍କଆଉଟ୍, ମଙ୍ଗଳବାର କାନ୍ଧ ୱାର୍କଆଉଟ୍, ବୁଧବାର ପିଠି ବା ବ୍ୟାକ୍ ୱାର୍କଆଉଟ୍ , ଗୁରୁବାର ବାଇସେପ୍ସ ଏବଂ ଟ୍ରାଇସେପ୍ସ ଏବଂ ଶୁକ୍ରବାର ଗୋଡ଼ ବ୍ୟାୟାମ କରନ୍ତି। ଶ୍ରମିକ ଜଣକ କୁହନ୍ତି ସେ ନିଜର କାର୍ଯ୍ୟ ଯୋଗୁଁ , ସେ ପ୍ରାୟତଃ ଗୋଡ଼ ୱାର୍କଆଉଟ୍ ଅଧିକ କରନ୍ତି ନାହିଁ, କାରଣ ଏଥିରୁ ହେଭି ଲିଫ୍ଟିଂ ଓ ଚାଲିବା ବୁଲିବାରେ କଷ୍ଟକର ହୋଇଥାଏ।
Powered by Froala Editor