ଅସ୍ଥି ମଜଭୁତ କରେ ଖଜୁରି
ଖଜୁରିରେ ଫାଇବର୍, କ୍ୟାଲ୍ସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ ଓ ଉପାସ କରିଥିବା ସମୟରେ ଖାଇଥାଉ। ତେବେ ଏହାକୁ ନିୟମିତ ଖାଇଲେ ତାହା ଆମର ହଜମ କ୍ରିୟାକୁ ଅଧିକ ସକ୍ରିୟ କରିଥାଏ। ଏହାବ୍ୟତୀତ ସ୍ନାୟୁଗୁଡ଼ିକୁ ଶକ୍ତି ଯୋଗାଇବାରେ ମଧ୍ୟ ସହାୟକ ହୋଇଥାଏ। ଖଜୁରିର ଆଉ ଏକ ଉପକାରୀ ଗୁଣ ରହିଛି। ଏହାକୁ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। ପେଟ ଭିତରେ ଏସିଟିଡି ପରିମାଣକୁ ଏହା ନିୟନ୍ତ୍ରଣରେ ରଖେ। ବିଶେଷଭାବରେ କ୍ୟାନସର, ହୃଦ୍ରୋଗ ଏପରିକି ଷ୍ଟ୍ରୋକ୍ ଆଶଙ୍କାକୁ ଏହା କେତେକାଂଶରେ ଦୂର କରିଥାଏ। ଗର୍ଭବତୀଙ୍କ ପାଇଁ ଖଜୁରି ମଧ୍ୟ ଉପକାରୀ। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହାଦ୍ୱାରା ଅସ୍ଥି ମଜଭୁତ ରହିଥାଏ।
Powered by Froala Editor