୫.୫୬ କୋଟି ଟଙ୍କାର ହେରଫେର ମାମଲା: ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ପତ୍ନୀ ଗିରଫ
ଭୁବନେଶ୍ୱର: ୫.୫୬ କୋଟି ଟଙ୍କାର ସରକାରୀ ପାଣ୍ଠି ହେରଫେର ମାମଲା। ଆଜି ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଗୀତାରାଣୀ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି। କୋରେଇ ଶିକ୍ଷା ବିଭାଗରେ ୫.୫୬ କୋଟି ଠକେଇ ମାମଲାରେ ପ୍ରଦୀପ ମହାନ୍ତିଙ୍କ ପରିବାର ଗିରଫ ହୋଇଛନ୍ତି। ବାପ, ପୁଅ ଗିରଫ ପରେ ପତ୍ନୀ ଗୀତାରାଣୀ ଫେରାର ଥିଲେ। ଆଜି ଭୋର ସମୟରେ ଭିଜିଲାନ୍ସ ଗୀତାରାଣୀଙ୍କୁ ଗିରଫ କରିଛି।
ଯାଜପୁର ଜିଲ୍ଲା କୋରେଇ ଶିକ୍ଷା ବିଭାଗରେ ହୋଇଥିବା ବଡ଼ଧରଣର ଆର୍ଥିକ ଅନିୟମିତତା ମାମଲାରେ ଭଦ୍ରକ ଜନା ସ୍ମଲ୍ ଫାଇନାନ୍ସର ଶାଖା ପ୍ରବନ୍ଧକ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ମାତୃପ୍ରସାଦ ଆର୍ଥିକ ଅନିୟମିତତାର ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତିଙ୍କ ପୁଅ। ୨୦୧୮ରୁ ୨୦୨୪ ମଧ୍ୟରେ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ହ୍ୟାକ୍ କରି ୫ କୋଟି ୫୬ ଲକ୍ଷ ୧୧ ହଜାର ୪୯୫ ଟଙ୍କା ଅନ୍ଲାଇନ୍ରେ ଟ୍ରାନ୍ସଫର ହୋଇଥିଲା । ବାପା-ପୁଅ ଯୋଡ଼ି ଯୋଜନାବଦ୍ଧ ଭାବେ ଏହି ଟଙ୍କା ହପଡ଼ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ।
Powered by Froala Editor