ଚନ୍ଦ୍ରଭାଗା କୂଳରେ ଭାସୁଛି ବିରଳ ପ୍ରଜାତି ଡଲଫିନର ମୃତଦେହ
ଗୋପ: କୋଣାର୍କ ନିକଟ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଅଲିଭ ରିଡଲେ କଇଁଛଙ୍କ ପରେ ଏବେ ଡଲଫିନ୍ ପାଇଁ ବିପଦ ସୃଷ୍ଟି ହୋଇଛି। ଏଠାରେ ଏକ ବିରଳ ପ୍ରଜାତିର ଡଲଫିନର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀମାନେ ମୃତ ଡଲଫିନ୍କୁ ଜବତ କରି କୋଣାର୍କ ବନ କାର୍ଯ୍ୟାଳୟକୁ ନେଇ ସେଠାରେ ବ୍ୟବଚ୍ଛେଦ କରାଇବା ପରେ ପୋତି ଦେଇଛନ୍ତି। ବେଆଇନ ଟ୍ରେଲର ମାଡ଼ରେ ତାହାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଏହି ଡଲଫିନ ବଟଲ ନୋଜ୍ ପ୍ରଜାତିର ବୋଲି ବନ ବିଭାଗ କହିଛି। ନୋଳିଆ ସମ୍ପ୍ରଦାୟର ମତ୍ସ୍ୟଜୀବୀ ସମୁଦ୍ରରୁ ମାଛ ଧରି ଫେରୁଥିବା ବେଳେ ଏହି ମୃତ ଡଲଫିନକୁ ଦେଖି ଏହାକୁ କୂଳକୁ ଆଣିଥିଲେ।
ଏଠାରେ ବେଆଇନ ଟ୍ରେଲର ଚଳାଚଳ ଉପରେ ରୋକ ଲଗାଇବାକୁ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏହା ଉଭୟ ଅଲିଭରିଡ଼ଲେ ଓ ଡଲଫିନଙ୍କ ପାଇଁ ବିପଦ ହୋଇଛି।
Powered by Froala Editor