ପଛକୁ ପଛ ପିଟି ହେଲେ ୩ଟି ଗାଡ଼ି: ଜଣେ ମୃତ, ୪ ଗୁରୁତର
ଭଦ୍ରକ: ପଛକୁ ପଛ ପିଟି ହେଲେ ୩ଟି ଗାଡ଼ି । ଜଣେ ମୃତ, ୪ ଗୁରୁତର। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ତିଶଳପୁର ଛକ ନିକଟରେ । ଯାତ୍ରୀବାହୀ ବସ୍ -ଟ୍ରକ ଏବଂ ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହି ବସ୍ କୋଲକାତାରୁ ଭୁବନେଶ୍ବର ଯାଉଥିଲା। ଏତିକିବେଳେ ବସ୍ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା । ଫଳରେ ବସ୍ ଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ପଛରେ ବସ୍ କୁ ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ । ପରେ ସେହି ଟ୍ରକକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା ଏକ ପିକଅପ ଭ୍ୟାନ୍ ।
ଘଟଣାସ୍ଥଳରେ ପିକଅପ ଭ୍ୟାନ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ୪ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Powered by Froala Editor