ପ୍ରୀତିରଞ୍ଜନ ଘଡ଼ାଇଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ?
ଭୁବନେଶ୍ୱର: ପୁଣି ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି। ତାଙ୍କର ସରକାରୀ କ୍ବାର୍ଟରରେ ଏକାଠି ହେଲେ ଯାଜପୁର ବିଜେଡିର ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରୀତିରଂଜନ ଘଡ଼େଇ, ସୁଜାତା ସାହୁ, କ୍ୟାପଟେନ୍ ରାଜନାରାୟଣ ମହାପାତ୍ର ଓ ବିଶ୍ବ ମଲ୍ଲିକ। ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼କୁ ଦଳରୁ ନିଳମ୍ବନ ପରେ ରାଜନୀତି ତେଜିବାରେ ଲାଗିଥିବା ବେଳେ ଏହାରି ଭିତରେ ଆଜିର ମେଳି ଚର୍ଚ୍ଚାକୁ ବଢ଼ାଇଛି । ପ୍ରମିଳା ମଲ୍ଲିଙ୍କ ଘରେ ଯାଜପୁର ନେତାଙ୍କ ବୈଠକ ପରେ ପ୍ରୀତିରଞ୍ଜନ ଘଡ଼ାଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯାଜପୁରରେ ବଡ଼ ନେତା ହେଉଛନ୍ତି ଜନତା । ଭୋଟର ଆମ ଭଗବାନ । ଭୋଟରଙ୍କୁ ସମ୍ମାନ ଦେଇ ସେମାନଙ୍କ ଆଶ ନେଇ କାମ କରିବାକୁ ପଡ଼ିବ । ଯେଉଁମାନେ ନିଜକୁ ବାଘ କହୁଥିଲେ ସେମାନେ ଭୋଟରଙ୍କ ପାଖରେ କାଗଜ ବାଘ ବୋଲି ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି । ତେବେ ପ୍ରୀତିରଞ୍ଜନ କାହାକୁ କାଗଜ ବାଘ ବୋଲି ଇଙ୍ଗିତ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
Powered by Froala Editor