୧ ନମ୍ବର ହାଟର ଉଭୟ ଭିତର ଓ ବାହାର ସମ୍ପୂର୍ଣ୍ଣ ବନ୍ଦ
ଭୁବନେଶ୍ୱର: ଆଜି ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ୧ ନମ୍ବର ହାଟ। ଉଭୟ ଭିତର ଓ ବାହାର ହାଟ ସମ୍ପୂର୍ଣ୍ଣ ବନ୍ଦ ରହିବ। ଅଗ୍ନିକାଣ୍ଡ କ୍ଷୟକ୍ଷତି ଆକଳନ ପାଇଁ ବଜାର ବନ୍ଦ ରହିବ। ଅଗ୍ନି ନିରାପତ୍ତା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ ହେବ। ଆବଶ୍ୟକ ପଡିଲେ ବନ୍ଦ ଅବଧି ଅଧିକ ଦିନ ବଢ଼ିପାରେ।ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।ବିଏମସି ମେୟର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରିବାରୁ ବାରମ୍ଵାର ନିଆଁ ଲାଗୁଥିବା ସୁଲୋଚନା ଦାସ କହିଛନ୍ତି। ମେୟର କହିଛନ୍ତି ଯେ, ଦୋକାନୀଙ୍କୁ ବାରମ୍ଵାର ସଚେତନ କରାଯାଉଥିବା ସତ୍ତ୍ଵେ ଶୁଣୁନଥିଲେ କି ଏସଓପି ପାଳନ କରୁନଥିଲେ। ବାରମ୍ଵାର ଜବରଦଖଲ ଉଚ୍ଛେଦ କରୁଥିଲେ ବି ମାନୁନଥିଲେ। ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ମଧ୍ୟ ସଚେତନ କରୁଥିଲେ। ବ୍ୟବସାୟୀମାନେ ଅସୁରକ୍ଷିତ ଭାବେ ମନଇଚ୍ଛା ବିଦ୍ୟୁତ ତାର ଟାଣୁଥିଲେ।
ସୂଚନାନୁଯାୟୀ, ସୋମବାର ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ଵର ୧ନଂ ହାଟରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରବାକୁ ଚେଷ୍ଟା କରିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ମାର୍କେଟ୍ ର ୫୦ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ୧୩ଟି ଅଗ୍ନିଶମ ଗାଡି ନିୟୋଜିତ ଥିଲେ। ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Powered by Froala Editor