ରାତିରେ କମିଛି ଶୀତ, ଦିନରେ ବଢ଼ୁଛି ଖରାତାତି
ଭୁବନେଶ୍ୱର: ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍ ସମୟରେ ଶୀତ ଲହରି ଜାରି ରହିଥିଲେ ମଧ୍ୟ ଦିନସାରା ବସନ୍ତ ଋତୁର ପବନ ନିଆରା ଅନୁଭବ ଦେଉଛି । ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି । ସେହିପରି ଆଗାମୀ ୫ଦିନ ଅର୍ଥାତ୍ ୨୪ ତାରିଖ ପର୍ୟ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବା ନେଇ ଆକଳନ କରାଯାଇଛି ।
ସକାଳ ୫.୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବନିମ୍ନ ୧୩.୪ ଡିଗ୍ରୀ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୧୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ୧୩.୪, ବାଲେଶ୍ବରରେ୧୫, ପାରାଦୀପରେ୧୫, ଚାନ୍ଦବାଲିରେ୧୫.୨, ଗୋପାଳପୁରରେ ୧୬.୮ ଓ ପୁରୀରେ ୧୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
Powered by Froala Editor