ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ଅଙ୍ଗନବାଡିକର୍ମୀଙ୍କ ବକେୟା ଦରମା ୧୫ ଦିନ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନହେଲେ ସୁଧ ଦେବା ନିଶ୍ଚୟ ବୋଲି କହିଛନ୍ତି । ବାର୍ଷିକ ୯ ପ୍ରତିଶତ ସୁଧ ପ୍ରତିପକ୍ଷ ସରକାରୀ ଅଧିକାରୀମାନେ ଗଣିବେ ବୋଲି ହାଇକୋର୍ଟ କହିଛନ୍ତି । କାର୍ଯ୍ୟ ସମ୍ପାଦନ କରିବା ପରେ ମଧ୍ୟ କୌଣସି କର୍ମଚାରୀଙ୍କ ଦରମା ଅଟକାଇ ରଖିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ରାୟରେ ପ୍ରକାଶ କରିଛନ୍ତି ।
ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଥମଖଣ୍ଡି ଗ୍ରାମ ପଞ୍ଚାୟତର ୬ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଆବେଦନକାରୀ, ଗତବର୍ଷ ଜୁଲାଇ ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ପାଇ ସୁଚାର ରୂପେ କାର୍ଯ୍ୟ କରିଚାଲିଛନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ଦରମା ପ୍ରଦାନ କରାଯାଇ ନଥିଲା । ବାରମ୍ବାର ବିଭିନ୍ନ ସରକାରୀ ଅଫିସରେ ନିଜର ଆବେଦନ କରିବା ସତ୍ତ୍ୱେ କୌଣସି ନିଷ୍କର୍ଷ ମିଳି ନଥିଲା ଯାହା ଫଳରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ ଏହି ମମାଲାକୁ ଗୁରୁତ୍ୱର ସହ ନେଇ ଆବଦେନକାରୀଙ୍କୁ ତ୍ୱରିତ ସମୟ ମଧ୍ୟରେ ବାକି ଦରମା ପ୍ରଦାନ କରିବାକୁ ରାୟରେ ପ୍ରକାଶ କରିଛନ୍ତି ।
Powered by Froala Editor