ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କିତ ସମସ୍ତ ସମସ୍ୟାର ଖୁବଶୀଘ୍ର ହେବ ସମାଧାନ: ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ‘ଆୟୁଷ୍ମାନ’ ଚିନ୍ତନ ଶିବିରରେ ଏହା କହିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କିତ ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହେବ। ଯେଉଁ ହିତାଧିକାରୀଙ୍କର କାର୍ଡ ହୋଇନାହିଁ, ସେମାନେ ଆବେଦନ କରିପାରିବେ। ଡିଜିଟାଲ ମାଧ୍ୟମରେ ତଥ୍ୟ ଦେଖିପାରିବେ ଓ ଆବେଦନ ସ୍ଥିତି ଜାଣିପାରିବେ। ଆଗାମୀ ଦିନରେ ଆୟୁଷ୍ମାନ ଭାରତର ସମସ୍ତ ଡାଟା ଓଡ଼ିଆରେ ଉପଲବ୍ଧ ହେବ। ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ। ‘ଆୟୁଷ୍ମାନ’ ଯୋଜନାର ସୁବିଧା ପାଇଁ ୩ଟି MoU ସ୍ବାକ୍ଷରିତ ହୋଇଛି।
ଏହି ଶିବିରରେ ଭାରତର ୨୮ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାରୁ ବିଶେଷଜ୍ଞ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଏହି ଚିନ୍ତନ ଶିବିରରେ ସମୁଦାୟ ୬ଟି ଅଧିବେଶନ ରହିଛି। ମୁଖ୍ୟତଃ ବିଭିନ୍ନ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଅଗ୍ରଗତି, ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଲକ୍ଷ୍ୟ ଏବଂ ପଦ୍ଧତି, ଆୟୁଷ୍ମାନ ଯୋଜନାରେ ଠକାମି ଓ ଜାଲିଆତି-ନିରୋଧ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବାରେ କୃତିମ ବୁଦ୍ଧିମତା(ଏ.ଆଇ)ର ପ୍ରୟୋଗ, ହସ୍ପିଟାଲମାନଙ୍କ ନିମନ୍ତେ ଜାତୀୟ ଗୁଣାତ୍ମକମାନ ଅଧିସ୍ବୀକୃତି (ଏନ୍.ଏ.ବି.ଏଚ), ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଡିଜିଟାଲ ଏକାଡେମୀ ଆଦି ବିଷୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳୱାରୀ ମଧ୍ୟ ସମୀକ୍ଷା ହେବ।
Powered by Froala Editor