୮ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ, ୨ ଗିରଫ
ବଣାଇ: ବଣାଇ ଏବଂ ରାଉରକେଲା ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ଘର ଭିତରେ ଗଞ୍ଜେଇ ରଖିଥିବା ସୂଚନା ପାଇବା ପରେ ରାଉରକେଲା, ବଣାଇ ଏବଂ ଅବକାରୀ ବିଭାଗର ସଂଯୁକ୍ତ ଟିମ୍ ଜିଲ୍ଲାର ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଣ୍ଢେଇଡିହା ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ଅଭିଯୁକ୍ତଙ୍କ ଘରୁ ବେଆଇନ୍ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି।
Powered by Froala Editor