ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି
ନୂଆଦିଲ୍ଲୀ: ତାମିଲନାଡୁରେ ଗୋହତ୍ୟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା ପୂର୍ବକ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ସରକାରଙ୍କ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ସୋମବାର ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହେଟାଙ୍କୁ ଗଠିତ ପୀଠ ହାଇକୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ଯୋଶେଫ ବିଜୟଙ୍କ ସରକାର ପାଇଁ ଆଇନଗତ ଆଶ୍ୱସ୍ତି ଆଣିଦେଇଛି।
Powered by Froala Editor