କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ
ସୋସିଆଲ ମିଡିଆରେ ଜଣେ ଟ୍ରେନରେ କାକୁଡ଼ି ବ୍ୟବସାୟୀଙ୍କ ଆଇଫେନକୁ ନେଇ ଚର୍ଚ୍ଚା ହେଉଛି ।ଯେଉଁଥିରେ ଲୋକାଲ ଟ୍ରେନରେ ଜଣେ ଯୁବକ କାକୁଡ଼ି କିକୁଛନ୍ତି । ଆଉ ତାଙ୍କ ଅନ୍ୟଜଣେ ଯୁବକ ଡାକୁଛନ୍ତି ଏବଂ ଫୋନ୍ ଦେଖାଇବାକୁ କହୁଛନ୍ତି । ଆଉ ଯେତେବେଳେ ସେ ଫୋନ୍ ଦେଖାଇଛନ୍ତି ଏହା ଥିଲା ଆଇଫୋନ୍-୧୬ । ଯାହାକୁ ଦେଖି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ଏହି ଭିଡିଓକୁ ଏକ୍ସରେ ପୋଷ୍ଟ କରାଯାଇଥିବାବେଳେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏବେ ଏ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଭିଡିଓରେ ଜଣେ ୟୁଜର୍ସ ଲେଖିଛନ୍ତି କି, ଏବେ ଛୋଟ ଛୋଟ ବ୍ୟବସାୟୀ ଏଭଳି ରୋଜଗାର କରୁଛନ୍ତି କି, ଯାହାକି କଳ୍ପନା ବାହାରେ । ଏହାସହ ଅନ୍ୟଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି କି, ଆଇଫୋନ୍ ଧରିବା ଏବେ ଏକ ଷ୍ଟାଟସ ମେଣ୍ଟେନ ହୋଇଯାଇଛି । ଏହାସହ ଅନେକ କହିଛନ୍ତି କି, କେବେ କାହାକୁ ଦେଖି କିଛି କମେଣ୍ଟ କରିବା ପୂର୍ବରୁ ଜାଣିବା ଜରୁରୀ । ଅନେକ ଲୋକ ମତ ରଖିଛନ୍ତି ଯେ, କାମ କୌଣସି ବି ହେଉ, ଲୋକଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି।
Powered by Froala Editor