ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍ଥ ଆଣ୍ଡ ୱିଜଡମ୍’ କାର୍ଯ୍ୟକ୍ରମ ଆୟୋଜନ କଲା
ଭୁବନେଶ୍ୱର: ଫେଡେରାଲ ବ୍ୟାଙ୍କ ସମ୍ପତ୍ତି ପରିଚାଳନା ଟିମ୍ ଭୁବନେଶ୍ୱରରେ ସଫଳତାର ସହିତ ଏହାର ସ୍ୱତନ୍ତ୍ର ‘ୱେଲ୍ଥ ଆଣ୍ଡ ୱିଜଡମ୍’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ, ଯେଉଁଥିରେ ବଜାର ଧାରା, ପୁଞ୍ଜିନିବେଶ ସୁଯୋଗ ଏବଂ ଦୀର୍ଘସୂତ୍ରୀ ସମ୍ପତ୍ତି ସୃଷ୍ଟି ରଣକୋ÷ଶଳ ଉପରେ ଅନ୍ତର୍ଦୃଷ୍ଟି ପ୍ରଦାନକାରୀ ଏକ ଆଲୋଚନାଭିତ୍ତିକ ସନ୍ଧ୍ୟାରେ ଗ୍ରାହକମାନେ ଏକତ୍ରିତ ହୋଇଥିଲେ ।
ଏହି କାର୍ଯ୍ୟକ୍ରମ ବିତ୍ତଶାଳୀ ଗ୍ରାହକମାନଙ୍କୁ ନୂତନ ବଜାର ଗତିଶୀଳତା ଉପରେ ବିଶାରଦମାନଙ୍କର ଦୃଷ୍ଟିକୋଣ ପ୍ରଦାନ କରିବା ଏବଂ ସେମାନଙ୍କୁ ସୂଚିତ ପୁଞ୍ଜିନିବେଶ ନିଷ୍ପତ୍ତିଗୁଡିକ ନେବା ଦିଗରେ ସହାୟତା କରିବା ଲକ୍ଷ୍ୟରେ ଫେଡେରାଲ ବ୍ୟାଙ୍କର ପ୍ରଚଳିତ ନିୟୋଜନକାରୀ ପ୍ରୟାସର ଅଂଶବିଶେଷ ଥିଲା ।
ଉକ୍ତ ସନ୍ଧ୍ୟାରେ ଶ୍ରୀ ସାଲିମ ବାବୁଚନ୍ଦ୍ରନ, ନ୍ୟାସନାଲ ସେଲ୍ସ୍ ହେଡ- ୱେଲ୍ଥ ମ୍ୟାନେଜମେଣ୍ଟ ଆଣ୍ଡ୍ ବ୍ୟାଙ୍କଆସୁ୍ୟରାନ୍ସ, ଫେଡେରାଲ ବ୍ୟାଙ୍କ ଓ ଶ୍ରୀ ଶ୍ରୀକୁମାର ମେନନ, ଇକ୍ୱିଟି ପ୍ରଡକ୍ଟ ସ୍ପେଶାଲିଷ୍ଟ, ନିପ୍ପନ ଇଣ୍ଡିଆ ମୁ୍ୟଚୁଆଲ ଫଣ୍ଡ୍ଙ୍କ ଦ୍ୱାରା ନିୟୋଜନକାରୀ ଅଧିବେଶନଗୁଡିକ ସ୍ଥାନ ପାଇଥିଲା । ସେମାନେ ପୁଞ୍ଜିନିବେଶକଙ୍କ ନିମନ୍ତେ ସାମ୍ପ୍ରତିକ ଅର୍ଥନୈତିକ ପରିବେଶ, ଇକ୍ୱିଟି ବଜାର ସ୍ଥିତି ଏବଂ ସମ୍ପତ୍ତି- ପରିଚାଳନା ସୁଯୋଗଗୁଡିକ ଉପରେ ନିଜ ନିଜର ମତାମତ ସହଭାଗୀତା କରିଥିଲେ ।
ଆନ୍ତଃକ୍ରିୟାଶୀଳ କାର୍ଯ୍ୟକ୍ରମଗୁଡିକ ଗ୍ରାହକ ଓ ଶିଳ୍ପ ବିଶାରଦମାନଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନାକୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀଙ୍କୁ ଆଜିର ଗତିଶୀଳ ପୁଞ୍ଜିନିବେଶ ଦୃଶ୍ୟପଟ୍ଟରେ ଆଗକୁ ବଢିବା ସକାଶେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରାପ୍ତ କରିବାରେ ସମର୍ଥ କରିଥିଲା ।
ୱେଲ୍ଥ ଆଣ୍ଡ ୱିଜଡମ୍ ସିରିଜ ଜ୍ଞାନ ଭିତ୍ତିକ ନିୟୋଜନତା ଏବଂ ସୂଚିତ ଆର୍ଥିକ ନିଷ୍ପତ୍ତି ଗ୍ରହଣକୁ ସମର୍ଥନ କରୁଥିବା ମୂଲ୍ୟଯୁକ୍ତ ଅନୁଭୂତି ପ୍ରଦାନ ଜରିଆରେ ଗ୍ରାହକମାନଙ୍କ ସହିତ ସମ୍ପର୍କକୁ ସୁଦୃଢ କରିବା ସକାଶେ ଫେଡେରାଲ ବ୍ୟାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
Powered by Froala Editor