୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି
ପ୍ରତି ରାତିରେ ଭାରତୀୟ ରେଳବାଇରେ ପ୍ରାୟ ୮ ଲକ୍ଷ ଏସି ଯାତ୍ରୀ ଟ୍ରେନ୍ର ବିଛଣା ବ୍ୟବହାର କରନ୍ତି । ସାଧାରଣତଃ ଦୁଇଟି ବେଡସିଟ୍, ଗୋଟିଏ କମ୍ବଳ, ଗୋଟିଏ ତକିଆ, ଗୋଟିଏ ତକିଆ କଭର ଏବଂ ଏକ ମୁହଁପୋଛା ଟାୱେଲ୍ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଦିଆଯାଇଥାଏ । ପ୍ରତ୍ୟେକ ଯାତ୍ରା ଶେଷ ହେବା ପରେ ପ୍ରତି ୧୦୦୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ଜଣେ, ଅତି କମରେ ଗୋଟିଏ ବେଡରୋଲ୍ ଜିନିଷ ଧରି ଚାଲିଯାଆନ୍ତି । ଏକ ତଦନ୍ତରୁ ଜଣାପଡିଛି।
ଭାରତୀୟ ରେଳବାଇର ସମସ୍ତ ୬୯ ଡିଭିଜନ୍କୁ ଆବେଦନ କରିଥିଲା । ୧୮ ରେଳବାଇ ଜୋନ୍ ମଧ୍ୟରୁ ୧୬ଟିର ୫୪ ଡିଭିଜନ୍ରୁ ଜବାବ ମିଳିଲା । ଏହି ରେକର୍ଡରୁ ଜଣାପଡ଼ିଲା, ମହାମାରୀ ପରେ ୨୦୨୨ରେ ବିଛଣା ସେବା ପୂର୍ଣ୍ଣ ରୂପେ ଚାଲୁ ହେବା ପରଠୁ ଚଳିତ ବର୍ଷ ମେ’ ମାସ ମଧ୍ୟରେ ଟ୍ରେନ୍ର ବିଛଣାରୁ ଅତିକମ୍ରେ ୧.୨୭ କୋଟି ଖଣ୍ଡ ଚୋରି ହୋଇଛି । ବାର୍ଷିକ ଆକଳନରୁ ଜଣାପଡ଼ିଲା, ୨୦୨୨ରୁ ୨୦୨୫ ମଧ୍ୟରେ ଏଭଳି ଚୋରି ୫୬% ବଢ଼ିଛି ।
ଏଥିରେ ବିକାନେର, ଯୋଧପୁର ଓ ଜୟପୁର (ରାଜସ୍ଥାନ ସମେତ), ରାଞ୍ଚି, ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ସୋନପୁର ଓ ଦାନାପୁର ଏବଂ ବିଲାସପୁର ରହିଛି । ଚୋରି ସାମଗ୍ରୀ ମଧ୍ୟରେ ତଉଲିତା ଶୀର୍ଷରେ ରହିଛି। ୪ ବର୍ଷ ମଧ୍ୟରେ ମୋଟାମୋଟି ୪୬.୫୪ ଲକ୍ଷ ତଉଲିଆ ଚୋରି ହୋଇଛି । ତା’ପରେ ଅଛି ବେଡ୍ସିଟ୍ (୪୧.୧୩ ଲକ୍ଷ), ତକିଆ ଖୋଳ (୨୩.୫୯ ଲକ୍ଷ), କମ୍ବଳ (୧୨.୯୫ ଲକ୍ଷ) ଏବଂ ତକିଆ (୨.୭୬ ଲକ୍ଷ) । ବିକାନେର, ରାଞ୍ଚିରେ ସର୍ବାଧିକ ଚୋରି ରେକର୍ଡ ହୋଇଛି । ଏହି ଚୋରି ଯୋଗୁ ୪ ବର୍ଷ ଅବଧିରେ ବିଛଣା କଣ୍ଟ୍ରାକ୍ଟରମାନଙ୍କର ୧୦୪.୫୧ କୋଟି କ୍ଷତି ହୋଇଛି ।
Powered by Froala Editor