ଖାନ୍ ସାର୍ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ
ପାଟନା: କୋଚିଂ ସେଣ୍ଟରରେ ହୋଇଥିବା ଗଣ୍ଡଗୋଳ ମାମଲାରେ ଫୈଜଲ ଖାନ୍ (ଖାନ୍ ସାର୍)ଙ୍କୁ ପାଟନା ସିଭିଲ୍ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ହତ୍ୟା ଉଦ୍ୟମ ଏବଂ ଆର୍ମ୍ସ ଆକ୍ଟ ଭଳି ଗମ୍ଭୀର ମାମଲାରେ କୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ପରେ ଏବେ ଖାନ୍ ସାର୍ଙ୍କୁ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପଡ଼ିବ ନାହିଁ। ଏଥିସହ ତାଙ୍କର ଦୁଇଜଣ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଛି।
ସୂଚନାଥାଉ କି ଗତ ଜୁନ୍ ୨ ତାରିଖ ରାତିରେ ପାଟନାର କଦମକୁଆଁ ଅଞ୍ଚଳରେ ଥିବା ‘ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍’ ଏବଂ ‘ଜ୍ଞାନ ବିନ୍ଦୁ ଜିଏସ୍ ଏକାଡେମୀ’ ମଧ୍ୟରେ କୌଣସି କାରଣକୁ ନେଇ ତିକ୍ତତା ଦେଖାଦେଇଥିଲା। ଅଭିଯୋଗ ଅନୁଯାୟୀ, କିଛି ଦୁର୍ବୃତ୍ତ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟରରେ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ଖାନ୍ ସାର୍ଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଥିଲା।
Powered by Froala Editor