ଅଦିନିଆ କୁଆପଥର ବର୍ଷା : ଚିନ୍ତାରେ ଚାଷୀ
କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବର୍ଷା ହେବା ସହ କୁଆପଥର ବର୍ଷା ହୋଇଛି। ଗ୍ରାମର ବିଭିନ୍ନ ଅଞ୍ଚଳରେ ପନିପରିବା କ୍ଷେତରେ କୁଆପଥର ବିଛାଡି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଗ୍ରାମାଞ୍ଚଳରେ କୁଢ଼କୁଢ଼ କୁଆପଥର ଗଦା ଦେଖିବାକୁ ମିଳୁଛି। ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ ଯୋଗୁଁଁ ପନିପରିବା ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷକରି ସଦର ବ୍ଲକ ବାଉରିପଦା, ଶଙ୍କିରୀ, ଗୋବର୍ଦ୍ଧନ, ମହାଦେଇଯୋଡା, ମଇଦାନକେଲ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ହୋଇଥିବା ପନିପରିବା ଚାଷ କୁଆପଥର ମାଡ ଯୋଗୁଁଁ ବ୍ୟାପକ କ୍ଷତି ହୋଇଥିବା ବେଳେ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ସଦର, ଝୁମ୍ପୁରା ବ୍ଲକ ଅଞ୍ଚଳର ଅଧିକାଂଶ ସ୍ଥାନରେ ଅଦିନିଆ ବର୍ଷା ଓ କୁଆ ପଥର ଯୋଗୁ କୋବି, ଟମାଟୋ, ବାଇଗଣ ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଛି। ପନିପରିବା ବର୍ଷା ପାଣିରେ ବୁଡି ଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଫଳରେ ବହୁ ଖର୍ଚ୍ଚାନ୍ତ ହୋଇ ଏବଂ ପରିଶ୍ରମ କରି ପନିପରିବା ଚାଷ କରିଥିବା ଗରିବ ଚାଷୀମାନେ କ୍ଷତି ସହୁଛନ୍ତି।
ଅଦିନିଆ ବର୍ଷା ଯୋଗୁଁଁ ଚାଷୀଙ୍କ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇ କିଭଳି ଚାଷୀଙ୍କୁ ସେମାନଙ୍କ ଉଚିତ୍ କ୍ଷତି ଭରଣା କରାଯାଇ ପାରିବ ସେ ସମ୍ପର୍କରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହ ଅଲୋଚନା କରିବେ ବୋଲି ଗସ୍ତ ସମୟରେ ଚାଷୀଙ୍କୁ ଭେଟି ପ୍ରତିଶ୍ରୁତି ଦେଇଥିଲେ।
Powered by Froala Editor