ବର୍ଷକରେ ୧୬୦ ମାଓବାଦୀଙ୍କ ମୃତ
ଭୁବନେଶ୍ୱର: ବର୍ଷକ ଭିତରେ ମୋଟ ୧୬୦ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଛି । ଏକ ପ୍ରେସ ରିଲିଜ ଜରିଆରେ ମାଓ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ କରୋନାରେ ଟପ ମାଓନେତା ହରିଭୂଷଣ ସମେତ ୧୩ ଜଣଙ୍କ ମୃତୁ୍ୟ ହୋଇଛି । ହରିଭୂଷଣ ନାମରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ସେହିପରି ଦଣ୍ଡକାରଣ୍ୟରେ ସଂଗଠିତ ଏନକାଉଣ୍ଟରରେ ସର୍ବାଧିକ ୧୦୧ ଜଣ ମାଓବାଦୀଙ୍କ ମୃତୁ୍ୟ ହୋଇଛି । ଓଡ଼ିଶାରେ ୧୪, ଓଡ଼ିଶା-ଆନ୍ଧ୍ର ସୀମରେ ୧୧ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେହିପରି ତେଲେଙ୍ଗାନାରେ ୧୪ ଓ ବିହାର-ଝାରଖଣ୍ଡରେ ୧୧ ଜଣ ମାଓବାଦୀ ନିହତ ହୋଇଛନ୍ତି । ଅନ୍ୟପକ୍ଷରେ ବର୍ଷକ ଭିତରେ କେବଳ ୩୦ ଜଣ ମହିଳା ମାଓବାଦୀଙ୍କ ମୃତୁ୍ୟ ହୋଇଥିବା ମାଓ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor