ଏହି ଜିଲ୍ଲାରେ ସକାଳ ୬ରୁ ୨ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ
ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଜାରିରହିଛି । ଲକଡାଉନକୁ ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାଗୁଡ଼ିକୁ ସଂକ୍ରମଣ ଆଧାରରେ କ୍ୟାଟାଗୋରୀ ଏରେ ୨୦ଟି ଜିଲ୍ଲା ଓ କ୍ୟାଟାଗୋରୀ ବିରେ ୧୦ଟି ଜିଲ୍ଲା ରହିଛି । କ୍ୟାଟାଗୋରୀ ଏ ଜିଲ୍ଲାରେ ଯେଉଁ ଜିଲ୍ଲାଗୁଡ଼ିକ ରହିଛି ଯଥା;ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ରାୟଗଡ଼ା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝରରେ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ କ୍ୟାଟାଗୋରୀ ବି ଜିଲ୍ଲାରେ ଥିବା ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ । ତେବେ ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ଜାରି ରହିବ ।
Powered by Froala Editor