ଲକଡାଉନ ୧୬ ଜୁଲାଇ ପର୍ଯ୍ୟନ୍ତ ବଢିଲା
ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଜାରିରହିଛି । ଜୁଲାଇ ୧ରେ ଏହାର ଅବଧି ସରୁଥିବାବେଳେ ଏହା ପରେ ଲକଡାଉନ କଟକଣା କିଭଳି ରହିବ ସେନେଇ ମୁଖ୍ୟସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଲକଡାଉନକୁ ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଜିଲ୍ଲାଗୁଡ଼ିକୁ ସଂକ୍ରମଣ ଆଧାରରେ କ୍ୟାଟାଗୋରୀ ଏରେ ୨୦ଟି ଜିଲ୍ଲା ଓ କ୍ୟାଟାଗୋରୀ ବିରେ ୧୦ଟି ଜିଲ୍ଲା ରହିଛି । ଯେଉଁ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଛି ତାହାକୁ ପ୍ରଥମ ବର୍ଗରେ ରଖାଯାଇଛି । ଏହି ସବୁ ଜିଲ୍ଲାରେ ସବୁ ଦୋକାନ ସକାଳ ୬ଟା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ । ତେବେ ମଲ, ସ୍ପା, ବୁ୍ୟଟିପାର୍ଲର ଦୋକାନ ଖୋଲିବ ନାହିଁ । ସେହିପରି ଆନ୍ତଃ ଜିଲ୍ଲା ବସ ଚଳାଚଳ କରିବ । ବସରେ ଯେତିକି ସିଟ ସେତିକି ଲୋକ ବସିପାରିବେ । ଏହାଛଡ଼ା ସେଲୁନ ବି ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ସପ୍ତାହାନ୍ତ ସଟଡାଉନ କରାଯିବ ନାହିଁ । ସେଠାରେ ପୂର୍ବଭଳି ହାଟ ବଜାର ବସିପାରିବ । ଜିଲ୍ଲାପାଳମାନେ କୋଭିଡ଼ କଟକଣାକୁ କଡ଼ା ଅନୁପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ ବଳବତର ରହିବ ।
Powered by Froala Editor