କାଟେଗୋରୀ ‘ଏ’କୁ ଗଲେ ୩ ଜିଲ୍ଲା
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଂଶିକ ଲକଡାଉନ ସରୁଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ଜୁଲାଇ ମାସର ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେଇଛନ୍ତି । ଏହି ଅବସରରେ ସେ ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ଏଥିସହ ସଂକ୍ରମଣ କମିଥିବା କାଟୋଗରୀ ‘ଏ’କୁ ଆଉ ୩ଜିଲ୍ଲା ଉନ୍ନୀତ ହୋଇଛି । ସେଗୁଡ଼ିକ ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ୩ଟି ଜିଲ୍ଲାରେ ପଜିଟିଭିଟି ରେଟ ୫ ପ୍ରତିଶତ କମିଥିବାରୁ କାଟୋଗରୀ ‘ଏ’କୁ ଯାଇଛନ୍ତି । ଫଳରେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟୋଗରୀ ‘ଏ’ରେ ସାମିଲ ହୋଇଛନ୍ତି ।
Powered by Froala Editor