ପୁରୁଷୋତ୍ତମ ଏକ୍ସପ୍ରେସ ସ୍ଲିପର କୋଚ ସିଟ ତଳୁ ୧୫୦ଟି ଗୁଳି ଜବତ
ପୁରୀ ରେଳଷ୍ଟେସନରେ ଆରପିଏଫ୍ର କର୍ମଚାରୀମାନେ ଏକ ଟ୍ରେନ୍ରୁ ୧୫୦ଟି ଗୁଳି ଜବତ କରିଛନ୍ତି।12802 ପୁରୁଷୋତ୍ତମ ଏକ୍ସପ୍ରେସର S2 ସ୍ଲିପର କୋଚର ଏକ ସିଟ ତଳୁ ଜବତ ହୋଇଛି ୧୫୦ଟି ଜୀବନ୍ତ ଗୁଳି। ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ଥିବା ଏକ କଳା ବ୍ୟାଗକୁ ଆରପିଏଫ ଯାଞ୍ଚ କରିବା ସମୟରେ ତା’ ଭିତରୁ ୧୫୦ଟି 8mm ଗୁଳି ମିଳିଥିଲା। ଏହା ପରେ ଏନେଇ ଆରପିଏଫ ପକ୍ଷରୁ ଜିଆରପିକୁ ଅବଗତ କରାଯାଇଥିଲା। ଜିଆରପି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି।
ସୂଚନା ଅନୁସାରେ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ପୁରୀ ରେଳଷ୍ଟେସନରେ ପହଞ୍ଚି ଥିଲା। ଷ୍ଟେସନରେ ରେଳ ପହଞ୍ଚିଲା ପରେ ଯାତ୍ରୀମାନେ ନିଜନିଜ ରାସ୍ତାରେ ବାହାରି ଯାଇଥିଲେ। ଏହା ପରେ ଦୀପାବଳି ଅବସରରେ ସୁରକ୍ଷାକୁ ଗୁରୁତ୍ବ ଦେଇ ସୁରକ୍ଷାକର୍ମୀମାନେ ଟ୍ରେନ୍ ଯାଞ୍ଚ ବେଳେ ଏସ୍-୨ କୋଚ୍ର ସିଟ୍ ନମ୍ବର ୭୩ ତଳେ ଏକ ବ୍ୟାଗ୍ ଠାବ କରିଥିଲେ। ଏହାକୁ ଯାଞ୍ଚ କରାଯିବା ବେଳେ 8mmର ୧୫୦ଟି ଗୁଳି ମିଳିଥିଲା।
ତେବେ ପୁରୀ ରେଳଷ୍ଟେସନରେ ଟ୍ରେନ୍ ଭିତରୁ ବ୍ୟାପକ ପରିମାଣରେ ଗୁଳି ଜବତ ହେବା ଘଟଣା ପ୍ରଥମ। ଏସ୍-୨ କୋଚ୍ର ୭୩ ନମ୍ବର ସିଟ୍ରେ ଥିବା ଯାତ୍ରୀ ଜଣକ ଏହି ଗୁଳି ଆଣି ଥିଲେ ନାଁ ପୁଲିସ ହାତରେ ଧରାପଡ଼ିବା ଭୟରେ ଆଉ କେହି ଏଠାରେ ଛାଡ଼ି ପଳାଇଛନ୍ତି, ସେନେଇ ଜଣାପଡ଼ି ନାହିଁ। ଆରପିଏଫ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
Powered by Froala Editor