ଓଜେଇଇ ମେଡିକାଲ ନାମଲେଖା କାଉନସେଲିଂ ଡେଟରେ ପରିବର୍ତ୍ତନ ଡେଟରେ
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ମେଡିକାଲ ନାମଲେଖା କାଉନସେଲିଂରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ବଦଳିଯାଇଛି । ଅକ୍ଟୋବର ୨୬ ତାରିଖ ମଧ୍ୟରେ ସିଟ୍ ଆବଣ୍ଟିତ ହୋଇଥିବା କଲେଜରେ ରିପୋର୍ଟ କରିବାକୁ ପୂର୍ବରୁ କୁହାଯାଇଥିଲା । ମାତ୍ର ପରେ ତାହାକୁ ଏବେ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
ଏଥିସହିତ ନୂଆ କରି ଆବଣ୍ଟିତ ହୋଇଥିବା ଆବେଦନକାରୀଙ୍କୁ ଅକ୍ଟୋବର ୨୬ରେ ରାଜଧାନୀର ଗଣ୍ଡମୁଣ୍ଡା ସ୍ଥିତ ଓଜେଇଇ ମୁଖାଳୟରେ ରିପୋର୍ଟ ପାଇଁ କୁହାଯାଇଥିବା ବେଳେ ଏବେ ଉକ୍ତ ତାରିଖରେ ପରବର୍ତ୍ତନ କରାଯାଇଛି । ପ୍ରାର୍ଥୀମାନେ ଅକ୍ଟୋବର ୨୮ ତାରିଖରେ ଧାର୍ଯ୍ୟ ଠିକଣାରେ ରିପୋର୍ଟ କରିବେ । ତୃତୀୟ ରାଉଣ୍ଡ ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ କାଉନସେଲିଂ ପ୍ରକ୍ରିୟା ନେଇ ଓଜେଇଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା ।
Powered by Froala Editor