ନକ୍ସଲଙ୍କ ବିରୋଧରେ ଆର୍ପାର୍ ଲଢ଼େଇ ପାଇଁ ଅମିତ ଶାହଙ୍କ ସଜବାଜ
ନୂଆଦିଲ୍ଲୀ: ନକ୍ସଲଙ୍କ ବିରୋଧରେ ଆର୍ପାର୍ ଲଢ଼େଇ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସଜବାଜ। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ ବୋଲି ଆଜି ସେ ଟାର୍ଗେଟ ସେଟ କରିଛନ୍ତି। ତାଙ୍କ କହିବା କଥା ଯେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନକ୍ସଲବାଦ ସବୁଠୁ ବଡ଼ ବିପଦ। ତେଣୁ ସେମାନଙ୍କ ମୂଳପୋଛ ହେବା ଜରୁରୀ। ଏହି ଗ୍ରୁପ ବିରୋଧରେ ଶେଷ ପ୍ରହାର ପାଇଁ ଗୋଟିଏ ଶକ୍ତିଶାଳୀ ଓ କଠୋର ରଣନୀତି ଆବଶ୍ୟକ ବୋଲି ଶ୍ରୀ ଶାହ କହିଛନ୍ତି।
ଛତିଶଗଡ଼ରରେ ଥିବା ଅମିତ ଶାହ ଆଜି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀରଙ୍କ ସହ ରାଜ୍ୟରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ସେହିପରି କେନ୍ଦ୍ର ସରକାର ମଧ୍ୟ ଗୋଟିଏ ନୂଆ ଆତ୍ମସମର୍ପଣ ନୀତି ଆସନ୍ତା ୨ ମାସ ମଧ୍ୟରେ ଆଣିବେ ବୋଲି ଅମିତ ଶାହ କହିଛନ୍ତି।
ସେ କହିଛନ୍ତି, “ମାଓବାଦୀଙ୍କ ବିରୋଧରେ ଶେଷ ପ୍ରହାର ପାଇଁ ଗୋଟିଏ ଶକ୍ତିଶାଳୀ ଓ କଠୋର ରଣନୀତି ଆବଶ୍ୟକ। ମାଓବାଦୀ ହିଂସା ଗଣତନ୍ତ୍ର ପାଇଁ ଗୋଟିଏ ଚ୍ୟାଲେଞ୍ଜ। ମାଓବାଦୀ ହିଂସା ଯୋଗୁ ଦେଶରେ ୧୭ ହଜାର ଲୋକଙ୍କ ଜୀବନ ଯାଇଛି।”
Powered by Froala Editor