କରୋନା ନେଲା ୪୭ ଜୀବନ
ଭୁବନେଶ୍ୱର : କରୋନାରେ ରାଜ୍ୟରେ ଆଉ ୪୭ ଜଣଙ୍କ ମୃତୁ୍ୟ ଘଟିଛି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୮୪୮ରେ ପହଁଚିଛି । ଏଯାବତ ରାଜ୍ୟରେ ୮ ଲକ୍ଷ ୯୭ ହଜାର ୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଲକ୍ଷ ୬୦ ହଜାର ୧୪୨ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨, ବାଲେଶ୍ୱରରେ ୧, ବରଗଡ଼ରେ ୫, କଟକରେ ୫, ଢେଙ୍କାନାଳରେ ୧, ଗଜପତିରେ ୧, ଗଞ୍ଜାମରେ ୩, ଜଗତସିଂହପୁରରେ ୧, ଯାଜପୁରରେ ୨, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୧, କେନ୍ଦ୍ରାପଡ଼ାରେ ୨, ଖୋର୍ଦ୍ଧାରେ ୯, ମୟୂରଭଞ୍ଜରେ ୧, ନୟାଗଡ଼ରେ ୫, ନୂଆପଡ଼ାରେ ୧, ପୁରୀରେ ୩ ଓ ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ଘଟିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୩୩, ବାଲେଶ୍ୱରରେ ୨୭୧, ବରଗଡ଼ରେ ୩୧, ଭଦ୍ରକରେ ୧୫୮, ବଲାଙ୍ଗୀରରେ ୩୧, ବୌଦ୍ଧରେ ୩୩, କଟକରେ ୫୦୧, ଦେବଗଡରେ ୮, ଢେଙ୍କାନାଳରେ ୫୬, ଗଜପତିରେ ୨୪, ଗଞ୍ଜାମରେ ୨୨, ଜଗତସିଂହପୁରରେ ୧୪୫, ଯାଜପୁରରେ ୨୫୬, ଝାରସୁଗୁଡ଼ାରେ ୧୧, କଳାହାଣ୍ଡିରେ ୨୧, କନ୍ଧମାଳରେ ୩୮, କେନ୍ଦ୍ରାପଡ଼ାରେ ୧୧୯, କେନ୍ଦୁଝରରେ ୬୫, ଖୋର୍ଦ୍ଧାରେ ୬୫୧, କୋରାପୁଟରେ ୬୯, ମାଲକାନାଗିରିରେ ୬୧, ମୟୂରଭଞ୍ଜରେ ୧୯୬, ନବରଙ୍ଗପୁରରେ ୨୨, ନୟାଗଡ଼ରେ ୧୦୦, ନୂଆପଡ଼ାରେ ୨୦, ପୁରୀରେ ୨୩୩, ରାୟଗଡ଼ାରେ ୬୧, ସମ୍ବଲପୁରରେ ୧୮, ସୋନପୁରରେ ୨୯, ସୁନ୍ଦରଗଡ଼ରେ ୭୧ ଓ ରାଜ୍ୟ ପୁଲରେ ୧୦୦ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor