Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆସାମ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

  • ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ ...

  • କେମିତି ଦୂର କରିବେ ଟେନ୍‌ସନ୍‌

  • ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ...

  • ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ...

  • ଆକ୍ରମଣ କଲେ ଇରାନକୁ ପୃଥିବୀରୁ ...

  • ରଚିତଙ୍କ ହାତ ଧରିବେ ହୁମା

  • ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

  • ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା ...

  • ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୧୫ ହଜାର ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ

୧୫ ହଜାର ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ

2024-08-10 06:53:07
14223
Share:
Facebook
Twitter
E-Mail
WhatsApp
Telegram
୧୫ ହଜାର ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ

 ନୂଆଦିଲ୍ଲୀ: ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାର ୪ କୋଟି ଟଙ୍କା ବ୍ୟୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଏ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ କମିଟି ବୈଠକରେ ଓଡ଼ିଶାର ଛଅଟି ସମେତ ସମୁଦାୟ ୮ଟି ରେଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୮ଟି ନୂତନ ରେଳ ପ୍ରକଳ୍ପ ନିର୍ମାଣ ବାବଦରେ ସମୁଦାୟ ୨୪, ୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଦ୍ୱାରା ଅନୁମୋଦିତ ରେଳ ପ୍ରକଳ୍ପରେ ଉତ୍ତର ଓଡ଼ିଶାର ୩ଟି ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୩ଟି ପ୍ରକଳ୍ପ ରହିଛି। ସମସ୍ତ ଛଅଟି ପ୍ରକଳ୍ପ ରାଜ୍ୟର ଆକାଂକ୍ଷା ଜିଲା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିର୍ମାଣ କରାଯିବ। ଦକ୍ଷିଣ ଓଡ଼ିଶାରେ ଗୁଣୁପୁର-ଥେରୁବାଲି (୭୩.୬ କି.ମି) ଓ ମାଲକାନଗିରି-ଭଦ୍ରାଚଳମ-ପାଣ୍ଡୁରଙ୍ଗାପୁରମ (୧୭୩.୬ କି.ମି) ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଜୁନାଗଡ଼-ନବରଙ୍ଗପୁର (୧୧୬.୨ କି.ମି) ନୂତନ ରେଳପଥ ନିର୍ମାଣ ହେବ। ସେହିପରି ଉତ୍ତର ଓଡ଼ିଶାରେ ବାଦାମପାହାଡ଼-କେନ୍ଦୁଝରଗଡ଼ (୮୨ କି.ମି), ଗୋରୁମହିଷାଣୀ-ବାଙ୍ଗିରିପୋଷି (୮୫.୬ କି.ମି) ଏବଂ ବୁଢ଼ାମରା-ଚାକୁଳିଆ (୬୦ କି.ମି) ନୂତନ ରେଳପଥ ନିର୍ମାଣ ପ୍ରସ୍ତାବ ରହିଛି। ଗୁଣୁପୁର-ଥେରୁବାଲି 

ରେଳପଥ ନିର୍ମାଣ ପାଇଁ ୧୩୨୬ କୋଟି, ମାଲକାନଗିରି-ଭଦ୍ରାଚଳମ-ପାଣ୍ଡୁରଙ୍ଗାପୁରମ ନିର୍ମାଣ ପାଇଁ ୪୧୦୯ କୋଟି, ଜୁନାଗଡ଼-ନବରଙ୍ଗପୁର ରେଳପଥ ନର୍ମାଣ ପାଇଁ ୩୨୭୪ କୋଟି, ବାଦାମପାହଡ଼-କେନ୍ଦୁଝରଗଡ଼ ରେଳପଥ ନିର୍ମାଣ ପାଇଁ ୨୧୦୭ କୋଟି, ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ରେଳପଥ ନିର୍ମାଣ ପାଇଁ ୨୫୪୯ କୋଟି ଏବଂ ବୁଢ଼ାମରା-ଚାକୁଳିଆ ନୂତନ ରେଳପଥ ନିର୍ମାଣ ପାଇଁ ୧୬୩୯ କୋଟି ଟଙ୍କା ଖର୍ଚ୍ଚ ହେବ। ପିଏମ ଗତିଶକ୍ତି ଅନୁଯାୟୀ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ଦ୍ୱାରା ଆସାନସୋଲ ଠାରୁ ୱାରଙ୍ଗଲ ମଧ୍ୟରେ ନୂତନ ରେଳ କରିଡର ନିର୍ମାଣ ହୋଇପାରିବ।

ଏହି ସବୁ ପ୍ରକଳ୍ପ ଦ୍ବାରା ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟ ବିଶେଷ ଭାବେ ଉପକୃତ ହେବେ। ଶିମିଳିପାଳର ବ୍ୟାଘ୍ର ଅଭୟାରଣ୍ୟରେ ପର୍ଯ୍ୟଟନ, କୋରାପୁଟ କଫି ଆଦିର ପ୍ରଚାର ପ୍ରସାର, ଆଲୁମିନିୟମ ଓ ଇସ୍ପାତ ଶିଳ୍ପକୁ କଞ୍ଚାମାଲ ଯୋଗାଣ ତଥା ଦେଶର ପୂର୍ବତଟରେ ଅବସ୍ଥିତ ବନ୍ଦର ସହ ସଂଯୋଗୀକରଣ ଅଧିକ ସୁଗମ ହୋଇପାରିବ। ସେହିପରି ଦକ୍ଷିଣ ଭାରତରେ ଅବସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ପୂର୍ବ ଓ ମଧ୍ୟ ଭାରତରୁ କୋଇଲା ଯୋଗାଣ ସହଜ ହୋଇପାରିବ। ପର୍ଯ୍ୟଟନ କ୍ଷେତ୍ର, ଆର୍ଥିକ କ୍ଷେତ୍ରର ବିକାଶ ଘଟିବା ସହ ଶକ୍ତି ସୁରକ୍ଷା, ଖଣିଜ ସମ୍ପଦ ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ବୈଷ୍ଣବ କହିଛନ୍ତି। କେବିକେ ଅଞ୍ଚଳର ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଜିଲାରୁ କୃଷକଙ୍କ ଦ୍ୱାରା ଉତ୍ପାଦିତ ଚାଉଳ ରପ୍ତାନି ହୋଇପାରିବ। ପୂର୍ବଭାରତର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ବଜେଟରେ ଯେଉଁ ପରିକଳ୍ପନା କରିଥିଲେ ତାହା କାର୍ଯ୍ୟକାରୀ କରିଛନ୍ତି ବୋଲି ମନ୍ତ୍ରୀ ବୈଷ୍ଣବ କହିଥିଲେ। ମଞ୍ଜୁରୀପ୍ରାପ୍ତ ଅନ୍ୟ ଦୁଇ ରେଳପ୍ରକଳ୍ପ ମଧ୍ୟରେ ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ବିକ୍ରମଶିଳା-କାଟେରିଆ ଏବଂ ମହାରାଷ୍ଟ୍ରର ଜଲଗାଁଓ-ଜଲନା ନୂତନ ରେଳପ୍ରକଳ୍ପ ରହିଛି। ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ବିହାର ଆଦି ୭ଟି ରାଜ୍ୟରେ ଏସବୁ ରେଳପ୍ରକଳ୍ପ ନିର୍ମିତ ହେବ। ଏଥିରେ ୬୪ଟି ନୂତନ ରେଳ ଷ୍ଟେସନ ନିର୍ମିତ ହେବା ସହ ୩ କୋଟି କର୍ମଦିବସ ସୃଷ୍ଟି କରାଯିବ। ଆଠଟି ନୂତନ ରେଳପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଅତିରିକ୍ତ ୧୪୩ ନିୟୁତ ଟନ ମାଲ ପରିବହନ ହୋଇପାରିବ ବୋଲି ମନ୍ତ୍ରୀ ବୈଷ୍ଣବ ଦର୍ଶାଇଛନ୍ତି।

Powered by Froala Editor

Tags Aswini vaisnab

Related articles Odisha News Lens 4.1

  • ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    13712
    May 05, 2026
  • କେମିତି ଦୂର କରିବେ ଟେନ୍‌ସନ୍‌
    ବିଶେଷ

    କେମିତି ଦୂର କରିବେ ଟେନ୍‌ସନ୍‌

    14834
    May 05, 2026
  • ରଚିତଙ୍କ ହାତ ଧରିବେ ହୁମା
    ମନୋରଞ୍ଜନ

    ରଚିତଙ୍କ ହାତ ଧରିବେ ହୁମା

    15089
    May 05, 2026
  •  ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ

    14096
    May 05, 2026
  • ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍
    ଦେଶ-ଦେଶାନ୍ତର

    ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

    14925
    May 05, 2026
  • ଆସାମ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା
    ଦେଶ-ଦେଶାନ୍ତର

    ଆସାମ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

    13539
    May 06, 2026
  • ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ କଂଗ୍ରେସ ବିଧାୟକ
    ଦେଶ-ଦେଶାନ୍ତର

    ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ କଂଗ୍ରେସ ବିଧାୟକ

    15154
    May 06, 2026
  • ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ
    ଦେଶ-ଦେଶାନ୍ତର

    ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ

    15508
    May 05, 2026
  • ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ
    ଦେଶ-ଦେଶାନ୍ତର

    ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ

    14007
    May 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ କଂଗ୍ରେସ ବିଧାୟକ

    15154
    May 06, 2026
  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    13712
    May 05, 2026
  • ଦେଶ-ଦେଶାନ୍ତର

    ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

    14925
    May 05, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17458
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17508
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17865
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16338
    Apr 03, 2021

ବିଶେଷ

  • କେମିତି ଦୂର କରିବେ ଟେନ୍‌ସନ୍‌

    14834
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15080
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13872
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14094
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14284
    Apr 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15377
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15113
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15610
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13927
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ

    14096
    May 05, 2026
  • ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ କଂଗ୍ରେସ ବିଧାୟକ

    15154
    May 06, 2026
  • ଆସାମ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

    13539
    May 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In