୫ ଲକ୍ଷ ୬୨ ହଜାର ଛାତ୍ରଛାତ୍ରୀ ପାଶ, ୭୭୦୩ ପିଲା ଫେଲ

ଭୁବନେଶ୍ୱର : ଚଳିତ ବର୍ଷ ମାଟ୍ରିକରେ ୯୭.୮୯% ଛାତ୍ରଛାତ୍ରୀ ପାଶ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ବହୁ ଅଧିକ ପ୍ରତିଶତ ପିଲା ପାଶ କରିଛନ୍ତି । ଗତବର୍ଷ ଅପେକ୍ଷା ପ୍ରାୟ ୨୦% ଅଧିକ ପିଲା ପାଶ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନହୋଇଥିଲେବି ୫ ଲକ୍ଷ ୭୪ ହଜାର ୧୨୫ ଜଣ ଦଶମରେ ପାଠ ପଢ଼ୁଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାଶ କରିଛନ୍ତି । ୪୪୧୨ ପିଲା ସ୍କୁଲରେ ପରୀକ୍ଷା ନଦେଇ ଅନୁପସ୍ଥିତ ରହିଥିଲେ । ଐତିହାସିକ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି । ଅପରାହ୍ନରେ ବୋଡର଼୍ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ସଂଧ୍ୟା ୬ଟାରେ ୱେବସାଇଟ ଓ ଏସଏମଏସ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ । ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ନମ୍ବର ଏବଂ ଦଶମ ଶ୍ରେଣୀରେ ହୋଇଥିବା ୪ଟି ଅଭ୍ୟାସ ପରୀକ୍ଷା ମଧ୍ୟରୁ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯାଇଛି । ନବମ ଶ୍ରେଣୀ ନମ୍ବରକୁ ୪୦% ଓ ଦଶମ ପରୀକ୍ଷାର ନମ୍ବରକୁ ୬୦% ଗୁରୁତ୍ୱ ଦିଆଯାଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଯେଉଁ ପରୀକ୍ଷାର୍ଥି ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନଥିବେ ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ ବୋଲି ବୋଡର଼୍ ପକ୍ଷରୁ କୁହାଯାଇଛି । ସେମାନେ ଜୁଲାଇ ୫ରେ ଫର୍ମପୂରଣ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
Powered by Froala Editor