ଅଧ୍ୟାପକଙ୍କ ଅବସର ବୟସ ସୀମା ବଢ଼ିବ ନାହିଁ
ଭୁବନେଶ୍ୱର : ବେସରକାରୀ କଲେଜଗୁଡ଼ିକରେ ବହୁ ଅଧ୍ୟାପକ ପଦ ଖାଲି ପଡ଼ିଛି । ମୋଟ ୧୮୫୮ ଖାଲି ପଦ ମଧ୍ୟରୁ ୯୭୨ ପୂରଣ ଲାଗି ବିଜ୍ଞାପନ ପ୍ରକାଶ ପାଇଛି । ବାକି ପଦ ପୂରଣ ଲାଗି ପଦକ୍ଷେପ ନିଆଯିବ । ତେଣୁ ଅଧ୍ୟାପକମାନଙ୍କ ଅବସର ବୟସସୀମା ୬୨ବର୍ଷକୁ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ । ସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨୮୩ଟି ବେସରକାରୀ ଅନୁଦାପ୍ରାପ୍ତ ଡିଗ୍ରି/କମ୍ପୋଜିଟ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ୱାରା ପରିଚାଳିତ ହେଉଛି । ସେମାନଙ୍କୁ ଅଧ୍ୟକ୍ଷ ଦାୟିତ୍ୱରୁ ବିରାମ ହେବା ସହ ନିୟମିତ କାର୍ଯ୍ୟ କରିବେ । ଉକ୍ତ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଲାଗି ପ୍ରଥମେ ରିଡର ର୍ୟାଙ୍କ (ରାଜ୍ୟ ସ୍କେଲ)ର ୨୮୩ଟି ପଦ ସୃଷ୍ଟି କରିବାକୁ ହେବ । ଉଚ୍ଚଶିକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି-୪ ରିପୋର୍ଟ ଆଧାରରେ ଏଭଳି ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଛି ।
Powered by Froala Editor