ଦୁର୍ଘଟଣା: ୨୬ ଟ୍ରେନ୍ ବାତିଲ, ୨୨ ଟ୍ରେନ୍ର ରୁଟ୍ ପରିବର୍ତ୍ତନ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ଯୋଗୁ ୨୬ଟି ଟ୍ରେନ୍କୁ ବାତିଲ ବାତିଲ କରିଛି ରେଳ ବିଭାଗ। ଏଥିସହ ୨୨ଟିର ରୁଟ୍ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ ଟ୍ରେନ୍କୁ ଆଶିଂକ ବାତିଲ କରାଯାଇଛି।
ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, ପଲାସା-ବିଶାଖାପାଟଣା, ପାରାଦୀପ-ବିଶାଖାପାଟଣା, ରାୟଗଡ଼ା-ଗୁଣୁପୁର, ଚେନ୍ନାଇ-ପୁରୀ ଏକ୍ସପ୍ରେସ୍, ରାୟପୁର-ବିଶାଖାପାଟଣା, ତିରୁପତି-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି।
ସୂଚନାଯୋଗ୍ୟ, ଗତ ଜୁନ୍ ୨ରେ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ୩ଟି ଟ୍ରେନ୍ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨୯୬ ଯାତ୍ରୀଙ୍କ ଜୀବନ ଯାଇଥିଲା। ଏହା ପରେ ଅନେକ ଛୋଟମୋଟ ଦୁର୍ଘଟଣା ଲାଗିରହିଥିବା ବେଳେ ରବିବାର ରାତିରେ ଆନ୍ଧ୍ରପ୍ରଦେଶରେ ବଡ଼ ଦୁର୍ଘଟଣା ଘଟିଛି। ଫଳରେ ରେଲ୍ଓ୍ବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
Powered by Froala Editor