ବିଶାଖାପାଟଣା-ରାୟଗଡ଼ା ଟ୍ରେନକୁ ପିଟିଲା ବିଶାଖାପାଟଣା-ପଲାସା : ୯ ମୃତ

ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ରାୟଗଡ଼ା ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କଣ୍ଟକାପାଲୀଠାରେ ଲାଇନ୍ଚ୍ୟୁତ ହୋଇଥିଲା। ଫଳରେ ଟ୍ରେନର ୩ଟି ବଗି ପରସ୍ପରକୁ ଧକ୍କା ଦେଇ ଓଲଟି ପଡିଥିଲା। ଏହି ସମୟରେ ପଛରୁ ଆସୁଥିବା ବିଶାଖାପାଟଣା-ପଲାସା ଟ୍ରେନ ଲାଇନ ଚ୍ୟୁତ ହୋଇଥିବା ଟ୍ରେନ୍କୁ ଧକ୍କା ଦେଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହେବା ସହ ୨୯ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ ଓ ବିଶାଖାପାଟଣା ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ ରହିଛି।
ସୂଚନା ଅନୁସାରେ ବିଶାଖାପାଟଣା-ରାୟାଗଡା-୦୮୫୦୪ ଯାତ୍ରୀବାହୀ ଟ୍ରେନ୍କୁ ପଛପଟରୁ ପାଲାସା-ବିଶାଖା-୦୮୫୩୨ ଯାତ୍ରୀବାହୀ ଟ୍ରେନ ଧକ୍କା ଦେଇଥିଲା। ତେବେ ରାତିର ଅନ୍ଧାରରେ ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନଡିଆରଏଫ କର୍ମଚାରୀ ଯାତ୍ରୀ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଡିଆରଏମ ସୌରଭ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣା ରିଲିଫ ଟ୍ରେନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ରେଳ ବିଭାଗ କହିଛି।
Powered by Froala Editor