Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, August 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ...

  • ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ...

  • ପରଲୋକରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ ...

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

  • ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ...

  • ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ...

  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ...

  • ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

  • ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ...

ରାଜ୍ୟ
Home ›› ରାଜ୍ୟ ››ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

2023-10-29 16:53:00
14779
Share:
Facebook
Twitter
E-Mail
WhatsApp
Telegram
ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ଭୁବନେଶ୍ଵର, ୨୯ ଅକ୍ଟୋବର ୨୦୨୩- ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।


କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ୨୩ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।


ଏହି ପ୍ରତିଭାସମ୍ପନ୍ନ ଖେଳାଳୀ ଜିମ୍ନାଷ୍ଟିକ୍ ଦୁନିଆରେ ନିଜର ଅସାଧାରଣ ନିଷ୍ଠା ଏବଂ ପ୍ରତିଭା ପ୍ରଦର୍ଶନ କରି ମୋଟ ୪ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ପଦକ ହାସଲ କରିଛନ୍ତି।


ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ପ୍ରଣତି ନାୟକ ଅଲରାଉଣ୍ଡ ଇଭେଣ୍ଟରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହା ପରେ ଭଲ୍ଟ ଇଭେଣ୍ଟ, ବାଲାନ୍ସିଂ ବିମ୍ସ ଇଭେଣ୍ଟ ଏବଂ ଅନଇଭେନ ବାର୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଫ୍ଲୋର୍ ଅଭ୍ୟାସରେ ସେ ସ୍ୱର୍ଣ୍ଣ ପଦକ ରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୌପ୍ୟ ପଦକ ସହ ହାସଲ କରିଛନ୍ତି ।


ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଣତିଙ୍କ ସଫଳତା ପାଇଁ  ଆନନ୍ଦ  ପ୍ରକାଶ କରିବା ସହ କହିଛନ୍ତି ଯେ  ଓଡିଶାରେ  କ୍ରୀଡା ପ୍ରତିଭା ସୃଷ୍ଟି  ଉଦ୍ୟମ ର  ବଳିଷ୍ଠ  ପ୍ରମାଣ  ହେଉଛି ପ୍ରଣତି ନାୟକଙ୍କ ସଫଳତା । ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ତାଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କ ଭବିଷ୍ୟତ ଲକ୍ଷ୍ୟ ହାସଲ ପାଇଁ ଶୁଭେଚ୍ଛା ଜଣାଉଛି । ପ୍ରଣତି ଯୁବ ଆଥଲେଟମାନଙ୍କ ପାଇଁ ଏକ ପ୍ରକୃତ ପ୍ରେରଣା, ଏବଂ ମୋର ବିଶ୍ୱାସ ଯେ ସେ ଆମ ରାଜ୍ୟ ଓ ଦେଶ ପାଇଁ ସମ୍ମାନ  ବୃଦ୍ଧି  ପାଇଁ  ଉଦ୍ୟମ ଜାରି ରଖିବେ ।


ଓଡ଼ିଶା ଜିମ୍ନାଷ୍ଟିକ୍ସ ଦଳର ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଉଚ୍ଚ ପ୍ରଶଂସା କରିଥିଲେ।


ଭବିଷ୍ୟତରେ ପ୍ରଣତିଙ୍କୁ ଯେପରି ଅଧିକ  ସଫଳତା ମିଳିପାରିବ ସେଥିପାଇଁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

 

ଏହି ଅବସରରେ ଅଧ୍ୟକ୍ଷ, ୫-ଟି ତଥା ନବୀନ ଓଡ଼ିଶା  ଶ୍ରୀ ଭି କେ ପାଣ୍ଡିଆନ ଉପସ୍ଥିତ ରହି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଭଳି ପ୍ରଶିକ୍ଷକ ଓ କ୍ରୀଡ଼ାବିତ୍ ଙ୍କ ସମର୍ପଣ ଓଡ଼ିଶାର କ୍ରୀଡ଼ାର ପରିବର୍ତ୍ତନ ଦିଗରେ ପ୍ରେରଣା ବୋଲି ସେ କହିଛନ୍ତି।


କଳିଙ୍ଗ ଷ୍ଟାଡିୟମରେ ଥିବା ଜିମ୍ନାଷ୍ଟିକ୍ସ ଏଏମ୍ଏନ୍ଏସ୍/ଇଣ୍ଡିଆ ହାଇ ପରଫର୍ମାନ୍ସ ସେଣ୍ଟରର ଆଥଲେଟ୍ ପ୍ରଣତି ନାୟକ ତାଙ୍କ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କ ଦକ୍ଷ ତତ୍ତ୍ୱାବଧାନରେ ଅଛନ୍ତି। ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଏବଂ ଏ ଦିଗରେ ତାଙ୍କ ପ୍ରଶିକ୍ଷକଙ୍କ ମାର୍ଗଦର୍ଶନ ତାଙ୍କ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।


ପ୍ରଣତି ନାୟକ ଓ ପ୍ରଶିକ୍ଷକ ଅଶୋକ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ତୃଣମୂଳସ୍ତରରୁ ଏଲିଟ୍(ସର୍ବୋଚ୍ଚ) ସ୍ତର ପର୍ଯ୍ୟନ୍ତ ଜିମ୍ନାଷ୍ଟିକ୍ସକୁ ସମର୍ଥନ ଓ ପ୍ରୋତ୍ସାହିତ କରିଥିବାରୁ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି ।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ
    ଦେଶ-ଦେଶାନ୍ତର

    ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ

    14056
    Aug 20, 2026
  • ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ଏତିକି ଟଙ୍କାରେ, ଜାଣନ୍ତୁ କେତେ ?
    ଦେଶ-ଦେଶାନ୍ତର

    ଗାନ୍ଧୀଙ୍କ ହାତଲେଖା ଚିଠି ବିକ୍ରି ହେଲା ଏତିକି ଟଙ୍କାରେ, ଜାଣନ୍ତୁ କେତେ ?

    14723
    Aug 21, 2026
  • ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ହାଇପାୱାର ଏକ୍ସପର୍ଟ ...
    ଦେଶ-ଦେଶାନ୍ତର

    ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ହାଇପାୱାର ଏକ୍ସପର୍ଟ ...

    14500
    Aug 21, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର
    ବିଶେଷ

    ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15002
    Aug 21, 2026
  • ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ
    ଦେଶ-ଦେଶାନ୍ତର

    ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

    14046
    Aug 20, 2026
  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ
    ଦେଶ-ଦେଶାନ୍ତର

    ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ

    13650
    Aug 20, 2026
  • ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ସମ୍ପତ୍ତିରୁ ବେଦଖଲ
    ଦେଶ-ଦେଶାନ୍ତର

    ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ସମ୍ପତ୍ତିରୁ ବେଦଖଲ

    14771
    Aug 20, 2026
  • ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ  ...
    ଦେଶ-ଦେଶାନ୍ତର

    ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ...

    14232
    Aug 20, 2026
  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର ...
    ବାଣିଜ୍ୟ

    ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର ...

    13886
    Aug 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ

    14056
    Aug 20, 2026
  • ଦେଶ-ଦେଶାନ୍ତର

    ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ହାଇପାୱାର ଏକ୍ସପର୍ଟ କମିଟି ଗଠନ

    14500
    Aug 21, 2026
  • ଦେଶ-ଦେଶାନ୍ତର

    ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

    14046
    Aug 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17045
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17667
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17714
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18112
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15002
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    15979
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13897
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14925
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14698
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15821
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14000
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14263
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14386
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15002
    Aug 21, 2026
  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    13886
    Aug 21, 2026
  • ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ଏହି ସୂଚନା

    14232
    Aug 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In