Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, August 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ...

  • ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ...

  • ପରଲୋକରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ ...

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

  • ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ...

  • ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ...

  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ...

  • ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

  • ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ...

  • ପ୍ରିନ୍ସପାଲଙ୍କୁ ଛୁରୀ ଭୂସି ମାରିଦେଲେ ୨ ...

ରାଜ୍ୟ
Home ›› ରାଜ୍ୟ ››ପୁରୀରେ ହବିଶ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀରେ ହବିଶ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

2023-10-29 16:47:43
14848
Share:
Facebook
Twitter
E-Mail
WhatsApp
Telegram
ପୁରୀରେ ହବିଶ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେଶିଂ ଜରିଆରେ ପୁରୀରେ ହବିଶ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। 


ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଶ୍ୟାଳି ମାନେ ଏକତ୍ରିତ ହୋଇଛନ୍ତି।


ବ୍ରତ ପାଇଁ ହବିଶ୍ୟାଳି ମାନଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଭଲରେ ବ୍ରତ କରନ୍ତୁ, ଶାନ୍ତିରେ ବ୍ରତ କରନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ । ଆପଣମାନେ ଆଶୀର୍ବାଦ ପାଇଲେ, ସାରା ଓଡିଶାକୁ ଆଶୀର୍ବାଦ ମିଳିବ ବୋଲି ସେ କହିଥିଲେ।



କାର୍ତ୍ତିକ ମାସ ଧର୍ମ ମାସ, ବହୁତ ପବିତ୍ର ବୋଲି ମତ ଦେଇ ସେ କହିଲେ ଯେ ଏ ମାସରେ ମା ମାନେ ଆନନ୍ଦରେ ବ୍ରତ ପାଳନ କରିବେ ବୋଲି ତାଙ୍କର ପୁରା ବିଶ୍ୱାସ।


 ମା ମାନଙ୍କ  ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୩୦୦୦ରୁ ଅଧିକ ମା’ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ରହିବା ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ – ସବୁ ବ୍ୟବସ୍ଥା ହୋଇଛି । ଆପଣମାନଙ୍କ ସେବା ପାଇଁ ଜିଲ୍ଲାପ୍ରଶାସନ  ପୁରା ପ୍ରସ୍ତୁତ ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିରୁ ଆଜି ମା ମାନଙ୍କ ପାଇଁ ସବୁ ସୁବିଧା ହୋଇ ପାରିଛି। ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ, ସ୍ବେଛାସେବୀ ସମସ୍ତେ ସହଯୋଗ ଯୋଗାଇ ଦେଉଛନ୍ତି। 


କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା କହିଲେ ଯେ ମହିଳା କଲ୍ୟାଣକାରୀ ଯୋଜନାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଆଦର୍ଶ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ଯୋଗୁ ଓଡ଼ିଶା ଆଜି ନାରୀ ଶକ୍ତିର ବିକାଶରେ ଅଗ୍ରଣୀ।


ଏହି କାର୍ଯ୍ୟକ୍ରମରେ କଟକର ଅହଲ୍ୟା ଆଚାର୍ଯ୍ୟ, ନବରଙ୍ଗପୁରର ପାର୍ବତୀ ହରିଜନ ଓ ଗଞ୍ଜାମର ରାଧା ଦେବୀ ପଣ୍ଡା ପ୍ରମୁଖ ହବିଶ୍ୟାଳି ମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଲେ ଯେ ପୂର୍ବରୁ କାର୍ତ୍ତିକ ବ୍ରତ ପାଇଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଖାଇବା, ଯିବା ଆସିବା, ଭଜନ କୀର୍ତ୍ତନ ସବୁ ସୁବିଧା କରିଛନ୍ତି । ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ସେମାନେ କାମନା କରିଥିଲେ।


5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


ସୁଚନା ଯୋଗ୍ୟ ଯେ ପୁରୀରେ କାର୍ତ୍ତିକ ମାସରେ ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଶ୍ୟାଳି ମାନେ ଆସିଥାନ୍ତି। ସେମାନଙ୍କ ଅସୁବିଧାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ୨୦୧୬ରୁ ହବିଶ୍ୟାଳି ଯୋଜନା ଆରମ୍ଭ କରିଛନ୍ତି।ଗତ ବର୍ଷ ଠାରୁ ସେମାନଙ୍କ ରହିବାର ସୁବିଧା ପାଇଁ ସାତ ମହଲା ବିଶିଷ୍ଟ ଏକ ଭବନ ନିର୍ମାଣ କରାଯାଇଛି। ଏହା ବୃନ୍ଦାବତୀ ନିବାସ ନାମରେ ନାମିତ। ଏଠାରେ ରହି ମା ମାନେ ରାଇ ଦାମୋଦର ବ୍ରତ କରିଥାନ୍ତି। ପୁରୀରେ ହବିଶ୍ୟାଳି ମାନଙ୍କ ରହିବା ପାଇଁ ଏହା ସହିତ ବଗଲା ଧର୍ମଶାଳା, ବାଗିଡିଆ ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ରେ ମଧ୍ୟ ବ୍ୟବସ୍ଥା କରାଯାଇଛି।


ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।


କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ,   ପୁରୀ  ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁ, 

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ,

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଓ 

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଗଣ ଯୋଗ ଦେଇଥିଲେ।

Powered by Froala Editor

Tags Chief minister, Naveen Patnaik , Habishyali

Related articles Odisha News Lens 4.1

  • ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ସମ୍ପତ୍ତିରୁ ବେଦଖଲ
    ଦେଶ-ଦେଶାନ୍ତର

    ବୃଦ୍ଧ ବାପା-ମାଆଙ୍କୁ ଅସମ୍ମାନ କଲେ ସମ୍ପତ୍ତିରୁ ବେଦଖଲ

    14765
    Aug 20, 2026
  • ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ
    ଦେଶ-ଦେଶାନ୍ତର

    ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ

    14050
    Aug 20, 2026
  • ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ
    ଦେଶ-ଦେଶାନ୍ତର

    ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

    14040
    Aug 20, 2026
  • ପ୍ରିନ୍ସପାଲଙ୍କୁ ଛୁରୀ ଭୂସି ମାରିଦେଲେ ୨ ଛାତ୍ର
    ଦେଶ-ଦେଶାନ୍ତର

    ପ୍ରିନ୍ସପାଲଙ୍କୁ ଛୁରୀ ଭୂସି ମାରିଦେଲେ ୨ ଛାତ୍ର

    13638
    Aug 20, 2026
  • ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ
    ଦେଶ-ଦେଶାନ୍ତର

    ୨୦ ଟଙ୍କା ଲାଞ୍ଚ ନେଇଥିଲେ, ୩୦ ବର୍ଷ ପରେ ହେଲେ ଦୋଷମୁକ୍ତ

    13644
    Aug 20, 2026
  • ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ  ...
    ଦେଶ-ଦେଶାନ୍ତର

    ନିଟ୍ ପରୀକ୍ଷା ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ...

    14226
    Aug 20, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର
    ବିଶେଷ

    ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    14996
    Aug 21, 2026
  • ପରଲୋକରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର
    ଦେଶ-ଦେଶାନ୍ତର

    ପରଲୋକରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର

    13830
    Aug 21, 2026
  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର ...
    ବାଣିଜ୍ୟ

    ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର ...

    13876
    Aug 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

    14040
    Aug 20, 2026
  • ଦେଶ-ଦେଶାନ୍ତର

    ପ୍ରିନ୍ସପାଲଙ୍କୁ ଛୁରୀ ଭୂସି ମାରିଦେଲେ ୨ ଛାତ୍ର

    13638
    Aug 20, 2026
  • ବିଶେଷ

    ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    14996
    Aug 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17045
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17667
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17714
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18112
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    14996
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    15978
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13896
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14924
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14697
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15816
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14000
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14263
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14386
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୟୁକେ ଫେରିବେ ପ୍ରିନ୍ସ ହ୍ୟାରି ଏବଂ ମେଘାନ

    14040
    Aug 20, 2026
  • ଜନ୍ତରମନ୍ତର ଆନ୍ଦୋଳନ: ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ହାଇପାୱାର ଏକ୍ସପର୍ଟ କମିଟି ଗଠନ

    14494
    Aug 21, 2026
  • ଜାମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ

    14050
    Aug 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In