ପକେଟ୍କୁ ବାଧୁଛି ପିଆଜ ଦର

କାର୍ତ୍ତିକରେ ପରିବା ଦର ହୁ ହୁ ବଢୁଛି । ହେଲେ ପିଆଜ ଦର ୧୦୦ ପହଞ୍ଚିଛିଲାଣି । ସର୍ବଭାରତୀୟ ସ୍ତରରେ ଖୁଚୁରା ପିଆଜ ଦର କିଲୋ ପିଛା ହାରାହାରି ୫୭ ପ୍ରତିଶତ ବୃଦ୍ଧି ପାଇ ୪୭ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ଦିନ ଦିଲ୍ଳୀ ବଜାରରେ ପିଆଜ ୯୦ ଟଙ୍କାରେ ବିକ୍ରି ହୋଇଛି। ଖୁବ୍ ଶୀଘ୍ର ଏହା ୧୦୦ ଟଙ୍କାକୁ ଟପିବ ବୋଲି ରିପୋର୍ଟରୁ ପ୍ରକାଶ ପାଇଛି। ସେହିପରି ବିଲାତି ବାଇଗଣ ୫୦ ଟଙ୍କାରେ ପହଞ୍ଚିଛି।
ଏପରିସ୍ଥିତିରେ କେନ୍ଦ୍ର ସରକାର ଖୁଚୁରା ବଜାରରେ ବଫର ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ବିକ୍ରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖାଉଟି ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ପିଆଜର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ କିଲୋ ପିଛା ୪୭ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷର ଏହି ସମୟ ମଧ୍ୟରେ କିଲୋ ପିଛା ୩୦ ଟଙ୍କା ଥିଲା।
ଅନ୍ୟପକ୍ଷରେ କାର୍ତ୍ତିକ ମାସ ଯୋଗୁଁ ଲୋକେ ଆମିଷ ଭକ୍ଷଣକୁ ତ୍ୟାଗ କରିଥାନ୍ତି । ପରିବା ଦର ବଢିବା ଯୋଗୁଁ ଖାଉଟି ହନ୍ତସନ୍ତ ହେଉଛନ୍ତି । ଯେଉଁମାନେ ପିଆଜ ରସୁଣ ଖାଉନାହାନ୍ତି ସେମାନଙ୍କୁ ଟିକେ ଆଶ୍ୱସ୍ତି । ନହେଲେ ପ୍ରାୟତଃ ଘରେ ଘରେ ବ୍ୟବହାର ହେଉଥିବା ପିଆଜ ଦର ଲୋକଙ୍କ ପକେଟକୁ ବାଧୁଛି ।
Powered by Froala Editor