ସଇଁତଲା ନୂଆବନ୍ଧ ନିକଟରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ସଇଁତଲା: ୨୬ ନମ୍ବର ଜାତୀୟ ରାଜପଥ ସଇଁତଲା ନୂଆବନ୍ଧ ନିକଟରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ ଯୁବକ ସଇଁତଲା ଥାନା ଅନ୍ତର୍ଗତ ଆମପାଲି ଗ୍ରାମର ସରୋଜ ଗହୀର ବୋଲି ଜଣାପଡ଼ିଛି। କୋଣସି ଅଜଣା ଗାଡ଼ି ଧକ୍କା ଦେଇ ପଳାଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ପରିବାର ଲୋକେ ଘଟଣାସ୍ଥଳରେ ପହଁଚିଲା ପରେ ଜଣାପଡ଼ିବ।
Powered by Froala Editor