Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ...

  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ...

  • ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ...

  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ...

  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି ...

  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ...

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ...

  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ...

  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ...

ରାଜ୍ୟ
Home ›› ରାଜ୍ୟ ››ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି : ମୁଖ୍ୟମନ୍ତ୍ରୀ

ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି : ମୁଖ୍ୟମନ୍ତ୍ରୀ

2023-10-02 11:00:18
15418
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ଦଳଙ୍କୁ ଜନବିରୋଧୀ କହିବା ପରେ ଏବେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ନିଶାନା କରିଛନ୍ତି । ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ।  ବିରୋଧୀ ବିକାଶ ବିରୋଧୀ ଓ ଜନବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବା, ଭ୍ରମିତ କରିବା ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନବିରୋଧୀ । ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟରେ ବି ବାଧା ଦେବାକୁ ସେମାନେ ଚେଷ୍ଟା କରିଥିଲେ । ଲୋକେ ସେମାନଙ୍କୁ କ୍ଷମା ଦେବେନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀ ଆମକୁ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି। ବିଜୁ ଜନତା ଦଳ ଗରିବ, ମହିଳା, ଯୁବ, ଏସସି ଓ ଏସଟିଙ୍କ ପାଇଁ କାମ କରୁଛି। ମହିଳା ସଶକ୍ତିକରଣ ଦିଗରେ କାମ କରୁଛୁ । ମହିଳା ଆଇନ ଆମ ବହୁଦିନର ଉଦ୍ୟମ ଥିଲା, ତାହା ସଫଳ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗେମ ଚେଞ୍ଜର ହୋଇଛି। ସ୍କୁଲ ରୁପାନ୍ତରଣ, ଖାଦ୍ୟ ସୁରକ୍ଷା, କ୍ରୀଡ଼ାର ବିକାଶ କ୍ଷେତ୍ରରେ ଓଡ଼ିଶା ଉଦାହରଣ ସାଜିଛି।

ପ୍ରକାଶ ଯେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ରାଜ୍ୟବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୫୭ ସ୍ଥିତ ବରଗଡ଼ ବ୍ରିଟ୍‌‌ କଲୋନୀ ନେତାଜୀ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ ହୋଇଛି। ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ଚାଲିବ। ଏହି ପଦଯାତ୍ରା ଅବସରରେ ଗାନ୍ଧୀ ଜୟନ୍ତୀ, ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ସମେତ ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ।

ଗତ୨୬ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ୟ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟିକା, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ବିଜେଡି ବ୍ଲକ ଓ ନଗର ସଭାପତିଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ୟ୍ୟନ୍ତ ପଦଯାତ୍ରା ପରେ ଅକ୍ଟୋବର ୧୨ ତାରିଖରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ୍‌‌ ସ୍ତରୀୟ ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯିବ। ଉପରୋକ୍ତ କାର୍ୟ୍ୟକ୍ରମ ପରେ ପରେ ଦଳର ସାଂଗଠନିକ କାର୍ୟ୍ୟକ୍ରମକୁ ବୈଠକ ଓ ଜନସମ୍ପର୍କ କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ୟ୍ୟକ୍ରମର ବାର୍ତ୍ତା ପହଞ୍ଚାଇବ ଦଳ। ଏହା ସହିତ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ୟ୍ୟକ୍ରମ ହାତକୁ ନିଆଯିବ। ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ। ଏହି ଅବସରରେ ମହାନ୍‌‌ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ
    ଦେଶ-ଦେଶାନ୍ତର

    ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ

    13333
    Jul 18, 2026
  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ
    ଦେଶ-ଦେଶାନ୍ତର

    ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ

    15180
    Jul 18, 2026
  •  ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ଉତକ୍ଷେପଣ

    15357
    Jul 18, 2026
  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13820
    Jul 17, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...
    ବାଣିଜ୍ୟ

    ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ...

    13422
    Jul 18, 2026
  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍
    ଦେଶ-ଦେଶାନ୍ତର

    ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

    14527
    Jul 18, 2026
  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧
    ଦେଶ-ଦେଶାନ୍ତର

    ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧

    14764
    Jul 18, 2026
  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ
    ଦେଶ-ଦେଶାନ୍ତର

    ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ

    15566
    Jul 17, 2026
  • ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ
    ଦେଶ-ଦେଶାନ୍ତର

    ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ ଶୁଭାରମ୍ଭ କଲେ ମୋଦୀ

    13687
    Jul 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13422
    Jul 18, 2026
  • ଦେଶ-ଦେଶାନ୍ତର

    ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13820
    Jul 17, 2026
  • ବିଶେଷ

    ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13734
    Jul 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16983
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17591
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17644
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18048
    Sep 06, 2023

ବିଶେଷ

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13734
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14332
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14671
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14968
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15706
    Jul 07, 2026

ବାଣିଜ୍ୟ

ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

ପୁରୀ ରଥ ଯାତ୍ରାରେ ପ୍ରତ୍ୟେକ ଭକ୍ତଙ୍କ ସହିତ ଭାବ ବିନିମୟକୁ ଏକ ଏହି ଧରଣର ପ୍ରଥମ ଗତିଶୀଳ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀ ପରିପୁଷ୍ଟିରେ ରୂପାନ୍ତରିତ କରୁଛି

ପୁରୀ: ଗତବର୍ଷର &l ...

  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14170
    Jul 16, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15836
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13787
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14666
    Jul 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

    14527
    Jul 18, 2026
  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ

    15566
    Jul 17, 2026
  • ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଆସିଲା ନୂଆମୋଡ଼, ପ୍ରତିବାଦ ସ୍ଥଳରୁ ଉଠେଇନେଲା ପୁଲିସ

    13333
    Jul 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In