କଟକ ବଡ଼ ଡାକ୍ତରଖାନାରେ ଏବେ ଆସୁନାହିଁ ପାଣି
ଭୁବନେଶ୍ୱର: ଦୁଇ ଦିନ ତଳେ ବିଜୁଳି ନ ଥିଲା। ଏବେ ଆସୁନାହିଁ ପାଣି। କଟକ ବଡ଼ ଡାକ୍ତରଖାନାରେ ଏବେ ପାଣି ସମସ୍ୟା ଦେଖାଦେଇଛି। ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଥିଲା। ଆଜି ସକାଳେ କିଛି ସମୟ ପାଣି ଆସିଥିଲେ ବି ଯଥେଷ୍ଟ ହୋଇ ନାହିଁ। ଟ୍ୟାପରେ ଯେଉଁ ପାଣି ଆସୁଛି ବୋତଲେ ପାଣି ଭରିବାକୁ ଘଣ୍ଟାଏ ସମୟ ଲାଗୁଛି। ଏପରିକି ମେଡିକାଲ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନଥିବା ଅଭିଯୋଗ ହୋଇଛି।
ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ କିଛି ଉପାୟ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଶୌଚଳାୟ ଯାଇ ଗାଧୁଆପାଧୁଆ କରି ଆସୁଥିବା ବେଳେ ବାହାରୁ ପାଣି କିଣି ଆଣି ପିଉଛନ୍ତି। ହେଲେ ରୋଗୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଶୌଚ ହେବା ସହ ନିଜର ନିତ୍ୟକ୍ରମ କରିବା ପାଇଁ ଅସୁବଧାରେ ସମ୍ମୁଖୀନ ହେଉଛନ୍ତି।
Powered by Froala Editor