ଧାରୁଆ ଅସ୍ତ୍ରରେ ବଡ଼ବାପାଙ୍କୁ ହତ୍ୟାକଲା ପୁତୁରା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡା ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଜଳ ନାଏକ।
ଜଳ ଓ ତାଙ୍କ ସାନ ଭାଇଙ୍କ ପରିବାର ମଧ୍ୟରେ ଗୁଣିଗାରେଡ଼ିକୁ ନେଇ ଝଗଡ଼ା ଲାଗି ରହୁଥିଲା। ଏନେଇ ପୂର୍ବରୁ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି। ଆଜି ଜଳ ନିଜ ଚାଷ ଜମିକୁ ଯାଉଥିବା ବେଳେ ତାଙ୍କ ପୁତୁରା ଅର୍ଥାତ୍ ସାନ ଭାଇଙ୍କ ପୁଅ ସହଦେବ ନାଏକ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ସହଦେବ ନାଏକଙ୍କୁ ପୁଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ବାପା ଓ ଭାଇଙ୍କୁ ମଧ୍ୟ ପୁଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଛି।
Powered by Froala Editor