ବାଇକ୍କୁ ଧକ୍କା ଦେଲା ଏଟିଏମ୍ ଭ୍ୟାନ୍, ୩ ମୃତ
ଆନନ୍ଦପୁର: ବାଇକ୍କୁ ଧକ୍କା ଦେଲା ଏଟିଏମ୍ ଭ୍ୟାନ୍ । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ୍କୁ ଏଟିଏମ୍ ଭ୍ୟାନ୍ ଧକ୍କା ଦେଇଛି । ଦୁର୍ଘଟଣା ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ରହିଥିବା ଜଣାପଡିଛି । ମୃତକମାନେ ହେଲେ ଘଷିପୁରା ଥାନା କଲାବିଲା ଗାଁର ସହଦେବ ବେହେରା, ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ ଅଭିରାମ ବେହେରା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଟପଳାସା ଗାଁରେ ଅଭିରାମଙ୍କ ଘର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor