ନିଖୋଜ ଚନ୍ଦନ ସାହୁଙ୍କ ମୃତଦେହ ଉଦ୍ଧାର
ଯାଜପୁର: ଗତ ୨୭ ତାରିଖରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିବା ନିଖୋଜ ଵାପ ଝିଅଙ୍କ ମଧ୍ୟରୁ ବାପା ଚନ୍ଦନ ସାହୁଙ୍କର ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ମିଳିଲା ମୃତଦେହ। ମୃତଦେହଟି ନିଖୋଜ ଚନ୍ଦନ ସାହୁଙ୍କର ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୩୦ ଘଣ୍ଟା ପରେ ଚନ୍ଦନ ସାହୁଙ୍କର ମୃତଦେହ ଉଦ୍ଧାରହୋଇଥିବା ବେଳେ ନିଖୋଜ କୁନିଝିଅର ଏଯାଏ ପତ୍ତା ମିଳିନି। ଏବେ ବି ଖୋଜାଖୋଜି ଜାରି ରହିଛି।
ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ (୩୦)ଓ ତାଙ୍କ ନାବାଳିକା ଝିଅ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ରାତି ପ୍ରାୟ ୯ଟା ଵେଳେ ଵାପ ଝିଅ ଦୁହେଁ ଏକ ମୋଟରସାଇକେଲ ଯୋଗେ ଗାଁରୁ ସିଧାସଳଖ ଆସି ପୋଲ ଉପରେ ରହିଥିଲେ। ସେଠାରେ ମୋଵାଇଲ, ଜୋତା ଓ ବାଇକ ରଖି ଦୁହେଁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ,ଦମକଳ ଓ ଓଡ୍ରାଫ ଦଳ ପହଞ୍ଚି ନଦୀ ମଧ୍ୟରେ ଖୋଜା ଖୋଜି ଆରମ୍ଭ କରିଥିଲେ। ଚନ୍ଦନଙ୍କ ପତ୍ନୀଙ୍କର ଏକ ମାସ ପୂର୍ବରୁ ମୃତ୍ୟୁ ହେବା ପରେ ଚନ୍ଦନ ମାନସିକ ସ୍ତରରେ ଚାପଗ୍ରସ୍ତ ଥିଲେ।
Powered by Froala Editor