ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳିକା
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଓଡ଼ଙ୍ଗି ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳେ ସଦର ଥାନା ଓଡ଼ଙ୍ଗି ଗାଁ ପୋଖରୀକୁ ୨ ନାବାଳିକା ସାଙ୍ଗ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତାବଶତଃ ଦୁହେଁ ପୋଖରୀରେ ବେଳେ ବୁଡ଼ିଯାଇଥିଲେ। ପରେ ସେମାନଙ୍କୁ ସ୍ଥାନୀୟ ଲାେକେ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
Powered by Froala Editor